ଗାଜା ଡାକ୍ତରଖାନାରେ ଆକ୍ରମଣ ଯୋଗୁଁ ବାତିଲ ହେଲା ଆରବ ନେତାଙ୍କ ସହିତ ବାଇଡେନ୍‌ଙ୍କ ବୈଠକ

Advertisment
ଗାଜା ଡାକ୍ତରଖାନାରେ ଆକ୍ରମଣ ଯୋଗୁଁ ବାତିଲ ହେଲା ଆରବ ନେତାଙ୍କ ସହିତ ବାଇଡେନ୍‌ଙ୍କ ବୈଠକ

Image Courtesy of India Today

ଜେରୁଜେଲମ୍‌: ଗାଜା ଡାକ୍ତରଖାନାରେ ପ୍ରଚଣ୍ଡ ବିସ୍ଫୋରଣ ଯୋଗୁଁ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଆରବ ନେତାମାନଙ୍କ ମଧ୍ୟରେ ଜୋର୍ଡାନ୍‌ର ରାଜଧାନୀ ଅମ୍ମାନ୍‌ରେ ହେବାକୁ ଥିବା ଶିଖର ବୈଠକ ବାତିଲ କରାଯାଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ଇସ୍ରାଏଲ୍‌ ପ୍ରତି ସମର୍ଥନ ବ୍ୟକ୍ତ କରିବା ଲାଗି ଆଜି ରାଷ୍ଟ୍ରପତି ବାଇଡେନ୍‌ ଇସ୍ରାଏଲ୍‌ ଗସ୍ତରେ ଆସିବା କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଛି। ତେଲ୍‌ ଅଭିଭ୍‌ ଅଭିମୁଖେ ଆସିବା ବାଟରେ ରାଷ୍ଟ୍ରପତି ବାଇଡେନ୍‌ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଡାକ୍ତରଖାନା ଉପରେ ହୋଇଥିବା ଆକ୍ରମଣଜନିତ ଜୀବନହାନି ସଂକ୍ରାନ୍ତରେ ମଧ୍ୟ ତାଙ୍କ (ବାଇଡେନ୍‌) ଜାତୀୟ ସୁରକ୍ଷା ଟିମ୍‌ ତାଙ୍କୁ ସଂ‌କ୍ଷେପରେ ସବୁକଥା ଅବଗତ କରାଇଛନ୍ତି। ଏ କଥା ହ୍ବାଇଟ୍‌ ହାଉସ୍‌ ମଧ୍ୟ ସୁନିଶ୍ଚିତ କରିଛି।

publive-image Image Courtesy of India Today

ଡାକ୍ତରଖାନାରେ ଆକ୍ରମଣ କରାଯିବା ପ୍ରତିବାଦରେ ଜୋର୍ଡାନ୍‌ର ବୈଦେଶିକ ମନ୍ତ୍ରୀ ବାଇଡେନ୍‌ଙ୍କ ସହିତ ଆଜି ଅମ୍ମାନ୍‌ରେ ହେବାକୁ ଥିବା ଆଞ୍ଚଳିକ ଶିଖର ସମ୍ମିଳନୀ ବାତିଲ ଘୋଷଣା କରିଛନ୍ତି। ଏହି ବୈଠକରେ ଆମେରିକାର ରାଷ୍ଟ୍ରପତି ଜୋର୍ଡାନ୍‌ର ରାଜା ଦ୍ବିତୀୟ ଅବ୍ଦୁଲ୍ଲା, ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମ୍ମଦ୍‌ ଆବ୍‌ବାସ୍‌ ଓ ଇଜିପ୍ଟର ରାଷ୍ଟ୍ରପତି ଫତାହ୍‌ ଏଲ୍‌-ସିସିଙ୍କୁ ଭେଟି ଥାଆନ୍ତ‌େ।

ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ଗାଜା ନଗରୀରେ ଥିବା ଡାକ୍ତରଖାନାରେ ବିସ୍ଫୋରଣ ଯୋଗୁଁ ଅନ୍ୟୂନ ୫୦୦ ଲୋକ ମରିଥିବା ବ‌େଳେ ଅସଂଖ୍ୟ ଆହତ ହୋଇଛନ୍ତି। ଇସ୍ରାଏଲ୍‌ ବିମାନ ଆକ୍ରମଣ ଏହି ବିସ୍ଫୋରଣର କାରଣ ବୋଲି ହମାସ୍‌ ଦାବି କରୁଥିବା ବ‌େଳେ ଏଥିପାଇଁ ତେଲ୍‌ ଅଭିଭ୍‌ ପାଲେଷ୍ଟିନୀୟ ଆତଙ୍କବାସୀ ସଙ୍ଗଠନକୁ (ହମାସ୍‌) ଦାୟୀ କରିଛି।

ଗାଜା ଡାକ୍ତରଖାନା ଆକ୍ରମଣ ଘଟଣାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଅତ୍ୟନ୍ତ କ୍ଷୁବ୍ଧ ହୋଇଛନ୍ତି। ବିସ୍ଫୋରଣ ଘଟଣାର ତଦନ୍ତ ଲାଗି ସେ ତାଙ୍କ ଦେଶର ତଦନ୍ତକାରୀ ଏଜେନ୍‌ସିକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe