ଆମେରିକୀୟ ସେନା ଖସାଉଥିବା ଅଜ୍ଞାତ ବସ୍ତୁଗୁଡ଼ିକ କ’ଣ ‘ଏଲିଏନ୍‌’!

Advertisment
ଆମେରିକୀୟ ସେନା ଖସାଉଥିବା ଅଜ୍ଞାତ ବସ୍ତୁଗୁଡ଼ିକ କ’ଣ ‘ଏଲିଏନ୍‌’!

Image Courtesy of Zee News

ୱାସିଂଟନ୍‌: ଆମେରିକା ଆକାଶରେ ଚିହ୍ନଟ କରାଯାଇ ଖସା ଯାଉଥିବା ଅଜ୍ଞାତ ଉଡ଼ନ୍ତା ବସ୍ତୁଗୁଡ଼ିକ ‘ଏଲିଏନ୍‌’ ହୋଇ ନ ଥିବ ବୋଲି କୁହାଯାଇ ପାରିବ ନାହିଁ ବୋଲି ‘ଏୟାର୍‌‌ ଫୋର୍ସ ଜେନେରାଲ୍‌’ ଗ୍ଲେନ୍‌ ଭାନ୍‌ହେର୍କ ରବିବାର ଦିନ କହିଛନ୍ତି।

ଗତ ୩ ଦିନରେ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇ ଖସାଇ ଦିଆଯାଇଥିବା ୩ଟି ଉଡ଼ନ୍ତା ବସ୍ତୁ ବାହ୍ୟ ଜଗତ୍‌ର କି ବୋଲି ସାମ୍ବାଦିକମାନେ ପଚାରିବାରୁ ସେ କହିଲେ, ଏ କଥା ନିର୍ଦ୍ଧାରଣ କରିବା ଭାର ମୁଁ ‘ଇଣ୍ଟେଲ୍‌ କମ୍ୟୁନିଟି’ ଓ ‘କାଉଣ୍ଟର୍‌ଇଣ୍ଟେଲିଜେନ୍‌ସ୍‌ କମ୍ୟୁନିଟି’ (ଗୁଇନ୍ଦା ବିଭାଗ) ଉପରେ ନ୍ୟସ୍ତ କରୁଛି। ମୁଁ କୌଣସି କଥାକୁ ଅଗ୍ରାହ୍ୟ କରିନାହିଁ।

ଭାନ୍‌ହେ‌ର୍କ ଆହୁରି ମଧ୍ୟ କହିଛନ୍ତି, ଏବେ ଆମେ ବିପଦ ବା ସମ୍ଭାବ୍ୟ ବିପଦ କଥା ଆକଳନ କରୁଛୁ। ଉତ୍ତର ଆମେରିକାରେ ପହଞ୍ଚୁଥିବା ଉକ୍ତ ଅଜ୍ଞାତ ବସ୍ତୁଗୁଡ଼ିକୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛୁ।

publive-image Image Courtesy of Times of India

ସେଗୁଡ଼ିକ କିଭଳି ଆକାଶରେ ଭାସି ବୁଲୁଛନ୍ତି ତାହା ବି ମୁଁ ଜାଣି ପାରିନାହିଁ। ହୁଏ ତ ସେ ଉଡ଼ନ୍ତା ବସ୍ତୁଗୁଡ଼ିକ ଭିତରେ ଗ୍ୟାସ୍‌ଭରା ବେଲୁନ୍‌ ରହିଛି କିଂବା ସେଥିରେ କୌଣସି ପ୍ରକାରର ‘ପ୍ରପଲ୍‌ସନ୍‌’ ବା ଧକ୍କା ଦେବାର ବ୍ୟବସ୍ଥା ରହିଥାଇ ପାରେ ବୋଲି ସେ କହିଛନ୍ତି।

ଏଇ ୩ ଦିନ ହେବ ଖସାଯାଇଥିବା ବସ୍ତୁଗୁଡ଼ିକୁ ଚିହ୍ନିବାରେ ସେନା ସମର୍ଥ ହୋଇନାହିଁ। ସେଗୁଡ଼ିକ କେଉଁଠୁ ଆସୁଛି ଏବଂ କେମିତି ଆକାଶରେ ଭାସି ବୁଲୁଛି, ତାହା ବି ଜଣାନାହିଁ। ତେଣୁ, ସେଗୁଡ଼ିକୁ ଆମେ ବେଲୁନ୍‌ ନ କହି ବସ୍ତୁ ବୋଲି କହୁଛୁ ବୋଲି ଗ୍ଲେନ୍‌ ଭାନ୍‌ହେର୍କ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe