ପରମାଣୁ ବୋମା କ’ଣ ଦୀପାବଳି ପାଇଁ ରଖିଛୁ: ପାକିସ୍ତାନର ଧମକ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜଙ୍କ ନିକଟତର ବରିଷ୍ଠ ପାକିସ୍ତାନୀ ସାମ୍ବାଦିକ ନଜମ ସେଟ୍ଟୀ ତିନୋଟି କାରଣ ତାଲିକାଭୁକ୍ତ କରିଛନ୍ତି ଯାହା ଫଳରେ ପାକିସ୍ତାନ ଭାରତ ଉପରେ ପରମାଣୁ ଆକ୍ରମଣ ପାଇଁ ପ୍ରସ୍ତୁତ ହେବ। ସେ ସିନ୍ଧୁ ଜଳ ଚୁକ୍ତିନାମା ବାତିଲକୁ ମଧ୍ୟ ଏକ କାରଣ ଭାବରେ ଉଲ୍ଲେଖ କରିଛନ୍ତି...

1Are we keeping nuclear bombs for Diwali?: Pakistan's threat

Are we keeping nuclear bombs for Diwali?: Pakistan's threat Photograph: (Are we keeping nuclear bombs for Diwali?: Pakistan's threat)

ଇସଲାମାବାଦ:ପାକିସ୍ତାନ ନିଜର କାର୍ଯ୍ୟକଳାପ ଜାରି ରଖିଛି।  ଅପରେସନ ସିନ୍ଦୂରରେ ଭାରତଠାରୁ ହାରିବା ପରେ, ପାକିସ୍ତାନର ଲଗାତାର ପରମାଣୁ ଆକ୍ରମଣର ଧମକ ଦେଉଛି। ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କ ପରେ, ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଘନିଷ୍ଠ ସହଯୋଗୀ ଏବଂ ବରିଷ୍ଠ ସାମ୍ବାଦିକ ନଜମ ସେଟ୍ଟୀ ଏକ ସାକ୍ଷାତକାରରେ ପାକିସ୍ତାନ ଭାରତ ଉପରେ ପରମାଣୁ ଆକ୍ରମଣ କରିବାର ତିନୋଟି କାରଣ ଉଲ୍ଲେଖ କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ପାକିସ୍ତାନ ପରମାଣୁ ଅସ୍ତ୍ର ଦୀପାବଳି ରଖିଛି ବୋଲି ଭାବିବା ଭୁଲ୍।

ନଜମ ସେଟ୍ଟୀ କହିଛନ୍ତି, ପାକିସ୍ତାନ  ନିଜକୁ ସୁରକ୍ଷା ଦେବା ପାଇଁ ପରମାଣୁ ଅସ୍ତ୍ର ରଖିଛି। ସେ ଏକ ସାକ୍ଷାତକାରରେ କହିଛନ୍ତି, ଯଦି ଭାରତ ବନ୍ଧ ନିର୍ମାଣ କରି ପାଣି ବନ୍ଦ କରିବାକୁ ଚେଷ୍ଟା କର, ତେବେ ଆମେ ଗୋଟିଏ ନୁହେଁ ବରଂ ୧୦ କ୍ଷେପଣାସ୍ତ୍ର ସାହାଯ୍ୟରେ ଭାରତକୁ ଧ୍ୱଂସ କରିଦେବୁ। ଆମର ଅନେକ କ୍ଷେପଣାସ୍ତ୍ର ଅଛି। ପହଲଗାମ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିଥିବା ନେଇ ସେ ଏହି ଧମକ ଦେଇଛନ୍ତି। ଏହି କାରଣରୁ, ପାକିସ୍ତାନ ଜଳ ଅଭାବର ସମ୍ମୁଖୀନ ହେଉଛନ୍ତି। କାରଣ ପାକିସ୍ତାନର ଏକ ବଡ଼ ଜନସଂଖ୍ୟା ସିନ୍ଧୁ ଜଳ ଉପରେ ନିର୍ଭରଶୀଳ।


ନଜାମ ସେଟ୍ଟୀ ପରମାଣୁ ଆକ୍ରମଣର ତିନୋଟି ସମ୍ଭାବ୍ୟ କାରଣ ଦର୍ଶାଇଛନ୍ତି। ପ୍ରଥମତଃ, ଯଦି ଭାରତୀୟ ନୌସେନା କରାଚୀ ବନ୍ଦରକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଏ ଏବଂ ସାମଗ୍ରୀ ପରିବହନ ବନ୍ଦ କରିଦିଏ। ଦ୍ୱିତୀୟତଃ, ଯଦି ଭାରତୀୟ ସେନା ପାକିସ୍ତାନରେ ଏତେ ଗଭୀର ପ୍ରବେଶ କରିବ ଯାହା ଦ୍ବାରା କରାଚୀ ଏବଂ ଲାହୋର ପରସ୍ପରଠାରୁ ବିଚ୍ଛିନ୍ନ ହୋଇଯିବ ତଥା ପାକିସ୍ତାନକୁ ଭାଙ୍ଗିବା ପାଇଁ ଯୋଜନା କରାଯାଏ। ତୃତୀୟତଃ, ଯଦି ପାକିସ୍ତାନକୁ ପାଣି ଯୋଗାଣ ବନ୍ଦ କରିବାକୁ ଚେଷ୍ଟା କରାଯାଏ, ତେବେ ପାକିସ୍ତାନ ନିଜକୁ ସୁରକ୍ଷା ପାଇଁ ପରମାଣୁ ଆକ୍ରମଣ କରିବାକୁ ପଛାଇବ ନାହିଁ ବୋଲି ସେ କହିଛନ୍ତି।


ସୂଚନାଯୋଗ୍ୟ,ଭାରତ ସ୍ପଷ୍ଟ କରିଛି ଯେ, ପାକିସ୍ତାନ ଆତଙ୍କବାଦ ବନ୍ଦ ନ କରିବା ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ ରହିବ। ମେ’ ମାସରେ, ଭାରତ ଅପରେସନ ସିନ୍ଦୂର ଦ୍ବାରା ପାକିସ୍ତାନ ଉପରେ ଅନେକ ବାୟୁସେନା ଆକ୍ରମଣ କରିଥିଲା, ଯେଉଁଥିରେ ପିଓକେ ଏବଂ ପାକିସ୍ତାନରେ ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା। ଏହା ବ୍ୟତୀତ ପାକିସ୍ତାନର ଅନେକ ବାୟୁସେନା ଘାଟି ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଆକ୍ରମଣ ପରେ ପାକିସ୍ତାନ ଆତଙ୍କିତ ଅବସ୍ଥାରେ ରହିଥିଲା।


ଅପରେସନ ସିନ୍ଦୂରରେ ଦମନମୂଳକ ପରାଜୟ ପରଠାରୁ,ପାକିସ୍ତାନର ଶୀର୍ଷ ନେତୃତ୍ୱ ଭାରତକୁ ନିରନ୍ତର ଧମକ ଦେଇ ଆସୁଛନ୍ତି । ସେନା ମୁଖ୍ୟ ଅସୀମ ମୁନିର ଆମେରିକୀୟ ମାଟିରୁ ଭାରତକୁ ଧମକ ଦେଇଥିଲେ, ଯାହା ପରେ ଏବେ ନଜାମ ସେଟ୍ଟୀଙ୍କ ବୟାନ ସାମ୍ନାକୁ ଆସିଛି। ପାକିସ୍ତାନର ଏହି ଧମକରୁ ସ୍ପଷ୍ଟ ହୋଇଛି ଯେ, ଭାରତଠାରୁ ପାଇଥିବା ପରାଜୟକୁ ହଜମ କରିପାରୁନାହିଁ। ତଥାପି,ଭାରତର ମତ ସ୍ପଷ୍ଟ ଯେ,ଆମେ କୌଣସି ଧମକକୁ ଭୟ କରିବୁ ନାହିଁ।

 India | pakistan

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe