ଆଦିଲ୍ଲୀ: ଆଜିକାଲି ଲୋନ ଜରିଆରେ ଲୋକମାନେ ଅନେକ ସୁବିଧା ପାଇପାରୁଛନ୍ତି। ଆବଶ୍ୟକ ସମୟରେ ଲୋନ ମାଧ୍ୟମରେ ଆର୍ଥିକ ସାହାର୍ଯ୍ୟ ପାଇ ଲୋକମାନେ ଖୁବ ଉପକୃତ ମଧ୍ୟ ହେଉଛନ୍ତି। କିନ୍ତୁ ଲୋନ ସମୟରେ ସବୁବେଳେ ଲୋନ ଦାତା ମାନେ ଆପଣଙ୍କ ସିଭିଲ ସ୍କୋରକୁ ଦେଖିଥାଆନ୍ତି। ଯଦି ଆପଣଙ୍କ ସିଭିଲରେ କିଛି ତ୍ରୃଟି ପରିଲକ୍ଷିତ ହୁଏ, ତେବେ ଆପଣ ସହଜରେ ଲୋନ ପାଇପାରନ୍ତି ନାହିଁ।
ଭଲ ସିଭିଲ ସ୍କୋର ଆପଣଙ୍କୁ କମ ସୁଧ ହାରରେ ଋଣ ପାଇବାରେ ସାହାଯ୍ୟ କରିଥାଏ। ତେଣୁ ଭଲ ସିଭିଲ ସ୍କୋର ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିପରି ଆପଣ ନିଜର ସିଭିଲ ସ୍କୋରକୁ ଭଲ କରିବେ।
ବିଲ୍ର ସମୟସୀମା ମଧ୍ୟରେ ପେମେଣ୍ଟ
ଆପଣଙ୍କର ଇଏମଆଇ ଏବଂ କ୍ରେଡିଟ୍ କାର୍ଡ ବିଲ୍ ସମୟସୀମା ମଧ୍ୟରେ ପରିଶୋଧ କରିବା ଫଳରେ ଆପଣଙ୍କ ସିଭିଲ ସ୍କୋର ଭଲ ରହିଥାଏ। ଯଦି ଆପଣ ସମୟ ସୀମା ମଧ୍ୟରେ ଆପଣ ନିଜର ଇଏମଆଇକୁ ପରିଶୋଧ ନ କରନ୍ତି ତେବେ ଆପଣଙ୍କ ସିଭିଲ ଖରାପ ହେବାର ସମ୍ଭାବନା ରହିଥାଏ। ଏହାକୁ ସହଜ କରିବା ପାଇଁ ଆପଣ ବିଲ୍ ପେମେଣ୍ଟ ପାଇଁ ରିମାଇଣ୍ଡର ସେଟ୍ କରିପାରିବେ। କିମ୍ବା ଅଟୋପେମେଣ୍ଟର ବିକଳ୍ପକୁ ବ୍ୟବହାର କରିପାରିବେ। ଯଦି ଆପଣ ଆପଣଙ୍କର ଇଏମଆଇ ଦେବା ତାରିଖ ହରାଇ ଦିଅନ୍ତି, ତେବେ ଅଟୋ ପେ ମାଧ୍ୟମପରେ ଆପେ ଆପେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଇଥାଏ
ସୀମାଠାରୁ କମ୍ ରାଶି କରନ୍ତୁ ବ୍ୟବହାର
ପ୍ରତ୍ୟେକ କ୍ରେଡିଟ୍ କାର୍ଡର ଏକ ଖର୍ଚ୍ଚ ସୀମା ଥାଏ। ଆପଣ ସର୍ବଦା ଆପଣଙ୍କ କ୍ରେଡିଟ୍ କାର୍ଡ ସୀମାର ୩୦ ପ୍ରତିଶତ ବ୍ୟବହାର କରନ୍ତୁ। ଏହା ଆପଣଙ୍କ ସିଭିଲ ସ୍କୋରକୁ ଉନ୍ନତ କରିଥାଏ ।
ବାରମ୍ବାର ଋଣ ନିଅନ୍ତୁ ନାହିଁ
ସବୁବେଲେ ଋଣ ନେବା ଭଲ ନୁହେଁ। ଯଦି ଆପଣଙ୍କର କୌଣସି ବଡ କାମ ପାଇଁ ଆପଣ ଅର୍ଥର ଆବଶ୍ୟକ କରୁଛନ୍ତି ତେବେ ଋଣ ନିଅନ୍ତୁ। ବାରମ୍ବାର ଋଣ ପାଇଁ ଆବେଦନ କରିବା ଦ୍ୱାରା ଆପଣଙ୍କର ସିଭିଲ ସ୍କୋର ଖରାପ ହେବାର ସମ୍ଭାବନା ଥାଏ। କ୍ରେଡିଟ୍ କାର୍ଡରେ ଏକାଧିକ ଥର ଲୋନ ନେବା ଦ୍ବାରା ଏହା ଆପଣଙ୍କ ସିଭିଲ ସ୍କୋରକୁ ହ୍ରାସ କରିଥାଏ । ତେଣୁ ଏହି ଜିନିଷଗୁଡ଼ିକୁ ମନେ ରଖି କେବଳ ଅତ୍ୟନ୍ତ ଆବଶ୍ୟକ ହେଲେ ଆପଣ ଋଣ ଆବେଦନ କରନ୍ତୁ। ଏହି ସରଳ ଉପାୟ ଗୁଡିକ ଅବଲ୍ବନ କରିବା ଫଳରେ ଆପଣ ନିଜ ସିଭିଲ ସ୍କୋରକୁ ଉନ୍ନତ କରିପାରିବେ।
ଆହୁରି ପଢ଼ନ୍ତୁ:Arrest: ଫରେଷ୍ଟରଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ଜେଲ୍ଗଲେ ମାଷ୍ଟରମାଇଣ୍ଡ୍, ଡ୍ରାଇଭର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/07/are-you-being-denied-a-loan-2025-12-07-21-25-11.jpg)