ନୂଆଦିଲ୍ଲୀ: ପାଠ ପଢିବାକୁ ଉଡିଯାଇଥିଲେ ଦୂର ସହରକୁ ସହଜା। କିନ୍ତୁ ତାଙ୍କ ଇଛା ଅଧାରେ ଅଟକି ଗଲା। ସ୍ବପ୍ନ ନେଇ ଯାଇଥିଲେ ହେଲେ ଶବ ହୋଇ ଫେରିଲେ। ବିଧିର ବିଧାନ କିଏ କରିବ ଆନ ପରି ସହଜା ରେଡ୍ଡିଙ୍କ ସବୁ ସ୍ବପ୍ନ କରାଳ ନିଆଁରେ ଜଳିଯାଇଛି। ଗୁରୁବାର ଦିନ ନ୍ୟୁୟର୍କର ଆଲବାନିରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ତେଲେଙ୍ଗାନାର ଜାନଗାଓଁ ଜିଲ୍ଲାର ୨୪ ବର୍ଷୀୟା ସହଜା ରେଡ୍ଡି ଉଡୁମାଲାଙ୍କ ମୃତ୍ୟୁ ହୋଇଛି ।
ସହଜା ୨୦୨୧ ମସିହାରେ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିଲେ ଏବଂ ଆଲବାନି ବିଶ୍ୱବିଦ୍ୟାଳୟରେ ସେ ମାଷ୍ଟର ଡିଗ୍ରୀ କରୁଥିଲେ। କିନ୍ତୁ ପଡିଶା ଘରେ ଲାଗିଥିବା ନିଆଁ ତାଙ୍କ ଆପାର୍ଟମେଣ୍ଟରେ ହଠାତ ଲାଗିଯିବାରୁ ସେ ମୃତ୍ୟୁବରଣ କରିଛନ୍ତି ।
ଆହୁରି ପଢ଼ନ୍ତୁ:Secrets of Neem: ଘର ପାଇଁ ସୌଭାଗ୍ୟ ଆଣେ ଲିମ୍ବଗଛ: ଧନର ଅଭାବ କରେ ଦୂର
କିପରି ଲାଗିଥିଲା ନିଆଁ ?
ଘଟଣା ସମୟରେ ସହଜା ତାଙ୍କ କୋଠରୀରେ ଶୋଇଥିଲେ। ପଡିଶା ଘରର ନିଆଁ ଦ୍ରୁତ ଗତିରେ ବ୍ୟାପିବାରୁ ସେ ନିଆଁର କରାଳ ଶିଖାରୁ ଖସି ଯାଇପାରି ନଥିଲେ। ଫଳରେ ନିଆଁରେ ପୋଡି ହୋଇ ସେ ମୃତ୍ୟୁ ବରଣ କରିଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ନିକଟବର୍ତ୍ତୀ ଏକ କୋଠାରୁ ନିଆଁ ଆରମ୍ଭ ହୋଇ କିଛି ମିନିଟ୍ ମଧ୍ୟରେ ସହଜାଙ୍କ ଘରକୁ ବ୍ୟାପି ଯାଇଥିଲା। ନିଆଁ ଧୃତ ଗତିରେ ବ୍ୟାପିଥିବାରୁ ସହଜା ଗୁରୁତର ଭାବରେ ପୋଡ଼ି ଯାଇଥିଲେ ଏବଂ ତାଙ୍କୁ ରକ୍ଷା କରାଯାଇପାରିଲା ନାହିଁ ବୋଲି ଭାରତୀୟ ମିଶନ୍ ପକ୍ଷରୁ କୁହାଯାଇଛି।
ମୃତଦେହକୁ ଫେରାଇ ଅଣାଯିବ କି?
ସହଜାଙ୍କ ମୃତଦେହକୁ ଯଥାଶୀଘ୍ର ଭାରତ ଫେରାଇ ଆଣିବାରେ ସାହାଯ୍ୟ କରିବାକୁ ପରିବାର ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ସହଜାଙ୍କ ସମ୍ପର୍କୀୟମାନେ ଆର୍ଥିକ ସହାୟତା ପାଇଁ ଗୋ ଫଣ୍ଡ ମି ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି। ଏହାଦ୍ବାରା ସଂଗୃହୀତ ହୋଇଥିବା ପାଣ୍ଠିକୁ ଅନ୍ତିମ ସଂସ୍କାର, ପୋଷ୍ଟମର୍ଟମ୍ ଏବଂ ଅନ୍ୟାନ୍ୟ ଆନୁଷ୍ଠାନିକ କାର୍ଯ୍ୟ ପାଇଁ ବ୍ୟବହାର କରାଯିବ।
ଝିଅକୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର
ସହଜା ଖୁବ ମେଧାବୀ ଛାତ୍ରୀ ଥିଲେ। ନିଜର ଉଚ୍ଚ ଶିକ୍ଷା ପାଇଁ ସେ ଆମେରିକା ଯାଇଥିଲେ। ସହଜା ତାଙ୍କ ପରିବାରର ବଡ଼ ଝିଅ ଥିଲେ। ତାଙ୍କ ବାପା ଜୟକର ରେଡ୍ଡୀ ହାଇଦ୍ରାବାଦରେ ଜଣେ ଟିସିଏସ କର୍ମଚାରୀ ଭାବରେ କାମ କରୁଥିବା ବେଳେ ତାଙ୍କ ମାଆ ଶୈଳଜା ଜଣେ ସରକାରୀ ସ୍କୁଲ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ନିଜର ଅଲିଅଳି ଝିଅକୁ ହରାଇ ବାପା ମା ସମେତ ପୁରା ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି। ସହଜାଙ୍କ ପରିବାର ସଦସ୍ୟ କହିଛନ୍ତି ଯେ, ସହଜାଙ୍କ ପାଠପଢ଼ା ସରିବା ପରେ ସେ ଘରକୁ ଫେରି ଆସିବେ ବୋଲି ଅପେକ୍ଷା ସମସ୍ତେ ଅପେକ୍ଷା କରି ରହିଥିଲେ, କିନ୍ତୁ ତାଙ୍କ ମୃତ୍ୟୁ ଖବର ଏବେ ଘରେ ଶୋକର ଛାୟା ଖେଳାଇଦେଇଛି।
ଛୁଟିଛି ସମବେଦନାର ସୁ୍ଅ
ସହଜାଙ୍କ ଏପରି ହଠାତ ମୃତ୍ୟୁ ହେବ ବୋଲି କେହି ଅନୁମାନ କରିନଥିଲେ। ଦୁର୍ଘଟଣାରେ ହଠାତ ତାଙ୍କର ମୃତ୍ୟୁ ହେବାପରେ ବେଳେ ଜାନଗାଓଁର ଲୋକମାନେ ସହଜାଙ୍କ ଘରକୁ ଯାଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଦୁଃଖଦ ଘଟଣା ପାଇଁ ସମଗ୍ର ସମ୍ପ୍ରଦାୟ ମର୍ମାହତ ହେବା ସହ ପରିବାରକୁ ଧର୍ଯ୍ୟ ରଖିବାକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ସେହିପରି ନ୍ୟୁୟର୍କରେ ଥିବା ଭାରତୀୟ କନସୁଲେଟ୍ ତାଙ୍କ ମୃତ୍ୟୁ ପାଇଁ ଗଭୀର ଶୋକ ପ୍ରକାଶ କରିଛି। ଦୂତାବାସ କହିଛି ଯେ, ମୃତକଙ୍କ ପରିବାର ସହିତ ଯୋଗାଯୋଗରେ ଆମେ ରହିଛୁ, ଏହାଛଡା ମୃତଦେହକୁ ଭାରତ ପଠାଇବା ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।
ଆହୁରି ପଢ଼ନ୍ତୁ:Electricity Bill : ‘୧୨ ଟଙ୍କା ବାକି ଅଛି, ନଦେଲେ ବିଦ୍ୟୁତ ସଂଯୋଗ କାଟିଦେବୁ ‘
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/07/indian-girl-dies-in-new-york-2025-12-07-21-15-13.jpg)