ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ଗଛରେ ଚଢ଼ି ଯାଇଥିବା ସମର୍ଥକଙ୍କୁ ମୋଦୀ କ’ଣ କହିଲେ ଜାଣନ୍ତୁ

ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ଗଛରେ ଚଢ଼ି ଯାଇଥିବା ସମର୍ଥକଙ୍କୁ ମୋଦୀ କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯କୁ ଦୃଷ୍ଟିରେ ରଖି ରାଜନୈତିକ ଦଳର ଷ୍ଟାର ପ୍ରଚାରକ ଦେଶରେ ନିର୍ବାଚନ ରାଲି କରୁଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କର୍ଣ୍ଣାଟକର ମଙ୍ଗଲୋରରେ ଏକ ରାଲିକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ରାଲିକୁ ସମ୍ବୋଧିତ କରୁଥିଲେ ସେହି ସମୟରେ କିଛି ସମର୍ଥକ ରାଲିସ୍ଥଳ ପାଖରେ ଲାଗିଥିବା ଗଛ ଉପରେ ଚଢ଼ି ଯାଇଥିଲେ। ମୋଦୀଙ୍କ ଗୋଟିଏ ଝଲକ ପାଇବା ପାଇଁ ଗଛ ଉପରେ ଚଢ଼ି ଯାଇଥିବା ସମର୍ଥକଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ନଜର ପଡ଼ିଥିଲା। ସେ ସମର୍ଥକଙ୍କୁ ଗଛରୁ ତଳକୁ ଓହ୍ଲାଇବାକୁ ଅନୁରୋଧ କରି କହିଥିଲେ।

publive-image Lokmatnews.in

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମର୍ଥକଙ୍କୁ ଅନୁରୋଧ କରି କହିଥିଲେ, ଆପଣମାନେ ନିଜକୁ ସମ୍ଭାଳନ୍ତୁ। ମୋର ଆପଣଙ୍କୁ ଅନୁରୋଧ କି ଆପଣମାନେ ତଳକୁ ଓହ୍ଲାଇ ଆସନ୍ତୁ। ଏମିତି ରିକ୍‌ସ ନେବା ଉଚିତ ନୁହେଁ। ମୁଁ ତ ଆପଣମାନଙ୍କର ହିଁ। ପୁଣି ଆସିବି ପୁଣି ଆପଣଙ୍କମାନଙ୍କ ସହ ମିଶିବି। ଏଥିରେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe