ଶରଦ ପଓ୍ଵାର୍‌ଙ୍କ ନାମାନୁସାରେ ନାମିତ ହେଲା ନୂଆ ପ୍ରଜାତିର ଉଦ୍ଭିଦ; ‘ଆର୍ଜିରିଆ ଶରଦ୍‌ଚନ୍ଦ୍ରଜୀ’

ଶରଦ ପଓ୍ଵାର୍‌ଙ୍କ ନାମାନୁସାରେ ନାମିତ ହେଲା ନୂଆ ପ୍ରଜାତିର ଉଦ୍ଭିଦ; ‘ଆର୍ଜିରିଆ ଶରଦ୍‌ଚନ୍ଦ୍ରଜୀ’

Image Courtesy of The Tribune

ନୂଆଦିଲ୍ଲୀ: ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ଭାରତୀୟ କୃଷିକ୍ଷେତ୍ରକୁ ବ୍ୟାପକ ଅବଦାନ ଦେଇଥିବା ‘ନ୍ୟାସ୍‌ନାଲିଷ୍ଟ୍‍ କଂଗ୍ରେସ୍‌ ପାର୍ଟି’ର ମୁଖ୍ୟ ଶରଦ ପଓ୍ଵାର୍‌ଙ୍କ ନାମାନୁସାରେ ନିକଟ ଅତୀତରେ ଦକ୍ଷିଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରୁ ଆବିଷ୍କୃତ ଏକ ନୂତନ ପ୍ରଜାତିର ସପୁଷ୍ପକ ଉଦ୍ଭିଦକୁ (ଫୁଲଗଛ) ନାମିତ କରାଯାଇଥିବା ସୂଚନା ମିଳିଛି।

ଗବେଷକ ଡକ୍ଟର୍‌ ପ୍ରମୋଦ ଆର୍‌ ଲଓ୍ଵାଣ୍ଡ୍‌ ଏବଂ ଡକ୍ଟର୍‌ ବିନୋଦ ଭି ଶିମ୍ପାଲେ ଏକ ସମ୍ବାଦ ସରବରାହ ସଂସ୍ଥାନକୁ କହିଛନ୍ତି ଯେ, ‘ଆର୍ଜିରିଆ’ ପ୍ରଜାତିର (କଳମ ପ୍ରଜାତି) ଏହି ଉଦ୍ଭିଦକୁ ‘ଆର୍ଜିରିଆ ଶରଦ୍‌ଚନ୍ଦ୍ରଜୀ’ ଭାବେ ନାମିତ କରାଯାଇଛି। କୋହ୍ଲାପୁରର ଏକ ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ଅଧ୍ୟାପନା କରୁଥିବା ଲଓ୍ଵାଣ୍ଡ୍‌ ଏବଂ ଶିମ୍ପାଲେ କହିଛନ୍ତି ଯେ, ‘ଅଲାମପ୍ରଭୁ ଦେବ-ରାଇ’ରୁ (ପବିତ୍ର କୁଞ୍ଜ) ଏହି ନୂତନ ପ୍ରଜାତିର ଉଦ୍ଭିଦ ମିଳିଥିଲା।

‘ଜର୍ଣ୍ଣାଲ୍‌ ଅଫ୍‌ ଦି ଇଣ୍ଡିଆନ୍‌ ଆସୋସିଏସନ୍‌ ଫର୍‌ ଏଞ୍ଜିଓସ୍ପର୍ମ ଟ୍ୟାକ୍ସୋନୋମି’ରେ ସେମାନଙ୍କର ଗବେଷଣା ଆଲେଖ୍ୟ ‘ଆର୍ଜିରିଆ ଶରଦ୍‌ଚନ୍ଦ୍ରଜୀ’: ଏ ନିଉ ସ୍ପେସିଜ୍‌ ଫ୍ରମ୍‌ ଦି େଓ୍ଵଷ୍ଟର୍ଣ୍ଣ ଘାଟ୍‌ସ୍‌, ଇଣ୍ଡିଆ’ ପ୍ରକାଶିତ ହୋଇଥିଲା।

publive-image Image Courtesy of YouTube

ଶିମ୍ପାଲେ କହନ୍ତି ଭାରତରେ ପ୍ରାୟ ୪୦ ଉପ-ପ୍ରଜାତିର ‘ଆର୍ଜିରିଆ ଜିନସ୍‌’ ଦେଖାଯାଏ। ଏହି ପ୍ରଜାତି ସବୁ କେବଳ ଏସୀୟ ଦେଶମାନଙ୍କରେ ଦେଖାଯାଏ। ୪୦ ଉପପ୍ରଜାତିରୁ ୧୭ଟି ହେଉଛି ଆଦି ଭାରତୀୟ ପ୍ରଜାତି। ଏବେ ରାମଲିଙ୍ଗ ପର୍ବତ ଅନ୍ତର୍ଗତ ‘ଅଲାମପ୍ରଭୁ ପବିତ୍ର କୁଞ୍ଜ’ରୁ ମଳିଥିବା ପ୍ରଜାତିଟି ମିଶି ୧୮ଟି ହେଲା।

ଜୁଲାଇରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏହି ଉଦ୍ଭିଦରେ ଫୁଲ ଧରେ ଏବଂ ଡିସେମ୍ବର ମାସ ପର୍ଯ୍ୟନ୍ତ ଫଳ ଫଳେ। ଏହା ଖୋଲା ସ୍ଥାନରେ ବଢ଼ି ଓ ଘାସରେ ମାଡୁଥିଲେ ମଧ୍ୟ ଅନ୍ୟାନ୍ୟ ଉଦ୍ଭିଦଗୁଡ଼ିକ ନିକଟରେ ଏହାର ଚେରମାଡ଼ିଥାଏ।

ଶିମ୍ପାଲେ କହିଛନ୍ତି, କିଛି ବର୍ଷ ପୂର୍ବେ ବରମତୀରେ ଥିବା ଉଦ୍ଭିଦ ସଂକ୍ରାନ୍ତ ଗବେଷଣା ପତ୍ରକୁ ପୁସ୍ତକ ଆକାରରେ ପ୍ରକାଶ କରିବା ନିମନ୍ତେ ପଓ୍ଵାର୍‌ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ଏହାଛଡ଼ା, ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ଭାରତୀୟ କୃଷି ପ୍ରତି ତାଙ୍କର ବିପୁଳ ଅବଦାନ ଥିବାରୁ ଏହି ଉଦ୍ଭିଦଟିକୁ ତାଙ୍କରି ନାମାନୁସାରେ ନାମିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe