ଟ୍ୟାକ୍ସ ଜାଲିଆତି ଅଭିଯୋଗରେ ଗିରଫ ହେଲେ ଆଇଆଇପିଏମର ନିର୍ଦ୍ଦେଶକ ଅରିନ୍ଦମ ଚୌଧୁରୀ

Advertisment
ଟ୍ୟାକ୍ସ ଜାଲିଆତି ଅଭିଯୋଗରେ ଗିରଫ ହେଲେ ଆଇଆଇପିଏମର ନିର୍ଦ୍ଦେଶକ ଅରିନ୍ଦମ ଚୌଧୁରୀ

indiatoday

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାନିଂ ଆଣ୍ଡ ମ୍ୟାନେଜମେଣ୍ଟ (ଆଇଆଇପିଏମ୍)ର ନିର୍ଦ୍ଦେଶକ ଅରିନ୍ଦମ ଚୌଧୁରୀଙ୍କୁ ଟିକସ ଫାଙ୍କି ଅଭିଯୋଗରେ ଗିରଫ କରାଯାଇଛି। ସିଜିଏସଟିର ଦକ୍ଷିଣ ଦିଲ୍ଲୀ କମିଶନର ତାଙ୍କୁ ଅଗଷ୍ଟ ୨୧ ତାରିଖ ଦିନ ଫାଇନାନ୍ସ ଆକ୍ଟର ଧାରା ୮୯ ଅନୁଯାୟୀ ଗିରଫ କରିଛନ୍ତି । ସେ ଟ୍ୟାକ୍ସ ଜାଲିଆତି କରିଥିବା ଅଭିଯୋଗ ହୋଇଛି।

tax oneindia

ସୂଚନାନୁସାରେ, ଅରିନ୍ଦମ ଚୌଧୁରୀଙ୍କ ଉପରେ ଟ୍ୟାକ୍ସ ଜାଲିଆତି ଅଭିଯୋଗ ଲାଗିଛି। ପ୍ରାୟ ୨୩କୋଟି ଟଙ୍କାର ସେବା ଟ୍ୟାକ୍ସ ଜାଲିଆତି ଅଭିଯୋଗରେ ଅରିନ୍ଦମ ଚୌଧୁରୀଙ୍କୁ ଗିରଫ କରାଯାଇଛି। କମ୍ପାନୀର ନିର୍ଦ୍ଦେଶକ ଥିବା ଗୁରୁଦାସ ମଲିକ ଠାକୁରଙ୍କୁ ମଧ୍ୟ ସମାନ ଅପରାଧରେ ଗିରଫ କରାଯାଇ ୧୪ଦିନର ନ୍ୟାୟିକ ହେପାଜତକୁ ପଠାଯାଇଥିବା ଜଣାପଡ଼ିଛି। ଉଭୟଙ୍କୁ ପଟିଆଲା ହାଉସ କୋର୍ଟରେ ମାଜିଷ୍ଟ୍ରେଟ ଜ୍ୟୋତି ମହେଶ୍ୱରୀଙ୍କ ନିକଟରେ ହାଜର କରାଯାଇଥିଲା, ଯେଉଁଠାରୁ ସେମାନଙ୍କୁ ୧୪ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe