Image Courtesy of Hindustan Times
ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିଜ ପରାଜୟକୁ ଅସ୍ବୀକାର କରି ଚାଲିଥିବା ବେଳେ ଏବେ ଆରିଜୋନା ରାଜ୍ୟ ଡେମୋକ୍ରାଟିକ୍ ଦଳ ହାତକୁ ଚାଲିଯାଇଛି। ଏଠାରେ ବାଇଡେନ୍ଙ୍କ ବିଜୟ ତାଙ୍କ ନିର୍ବାଚକ ଭୋଟ୍ ସ୍ଥିତିକୁ ଅଧିକ ସୁଦୃଢ କରିଛି।
ଭୋଟ୍ ଗଣତିର ସପ୍ତାହେ ପୂର୍ବରୁ ଆରିଜୋନାରେ ବାଇଡେନ୍ଙ୍କ ବିଜୟ ହେବ ବୋଲି ପୂର୍ବାନୁମାନ କରାଯାଇଥିଲା। ରିପବ୍ଲିକାନ୍ ପାର୍ଟିର ଗଡ଼ ଭାବେ ପରିଚିତ ଆରିଜୋନାରେ ଜୋ ବାଇଡେନ୍ ହେଉଛନ୍ତି ଦ୍ବିତୀୟ ଡେମୋକ୍ରାଟ୍ ରାଷ୍ଟ୍ରପତି ପ୍ରାର୍ଥୀ ଯିଏ ବିପୁଳ ବିଜୟ ହାସଲ କରିପାରିଛନ୍ତି। ଦୀର୍ଘ ୭୦ ବର୍ଷ ମଧ୍ୟରେ ଏହା ଦଳର ନିୟନ୍ତ୍ରଣ ଆସିଛି ଏବଂ ବାଇଡେନ୍ଙ୍କ ଆରିଜୋନା ବିଜୟ ତାଙ୍କର ଇଲେକ୍ଟୋରାଲ୍ ଭୋଟ୍କୁ ୨୯୦ରେ ପହଞ୍ଚାଇ ଦେଇଛି। ଆରିଜୋନାରେ ଭୋଟ୍ ଗଣତି ପରେ ଆଉ ଅଳ୍ପ କେତୋଟି ରାଜ୍ୟରେ ଭୋଟ୍ ଗଣତି ପ୍ରକ୍ରିୟା ଜାରି ରହିଛି। ତେବେ ନିର୍ବାଚନରେ ଅନିୟମିତତା ହୋଇଛି ବୋଲି ଦର୍ଶାଇ ଟ୍ରମ୍ପ୍ ନିଜର ପରାଜୟକୁ ଏ ଯାଏ ସ୍ବୀକାର କରି ନାହାନ୍ତି।
Follow Us