ରୋହନଙ୍କ ସହ ଫଟୋ ସେୟାର କରି ପ୍ରେମ ସମ୍ପର୍କ ଥିବା ସ୍ପଷ୍ଟ କଲେ ଅଂଶୁଲା

Advertisment
ରୋହନଙ୍କ ସହ ଫଟୋ ସେୟାର କରି ପ୍ରେମ ସମ୍ପର୍କ ଥିବା ସ୍ପଷ୍ଟ କଲେ ଅଂଶୁଲା

news18

ମୁମ୍ବାଇ: ବୋନି କପୁରଙ୍କ ଝିଅ ଏବଂ ଅର୍ଜୁନ କପୁରଙ୍କ ସାନ ଭଉଣୀ ଅଂଶୁଲା କପୁର ନିଜ ପ୍ରେମ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚାରେ। ବଡ଼ ଭଉଣୀ ଭାବେ ଅଭିନେତ୍ରୀ ଜାହ୍ନବୀ କପୁର ଓ ଖୁସି କପୁରଙ୍କ ଯତ୍ନ ନେଉଥିବାରୁ ପ୍ରଶଂସିତ ହୋଇଥିବା ଅଂଶୁଲା ଏବେ ନିଜ ପ୍ରେମିକଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ତଳେ ଅଂଶୁଲା ଗୋଆକୁ ଛୁଟି କଟାଇବାକୁ ଯାଇଥିଲେ। ହେଲେ ପରିବାର ସହ ନୁହେଁ ନିଜ ପ୍ରେମିକଙ୍କ ସହ ସେ ଛୁଟି କଟାଇବାକୁ ଯାଇଥିବା ଚର୍ଚ୍ଚା ହୋଇଥିଲା। ଗତ କିଛି ଦିନ ହେବ ଅଂଶୁଲା କପୁର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜଣେ ଯୁବକଙ୍କ ସହ ଫଟୋ ସେୟାର କରୁଥିଲେ। ଲଗାତାର ଜଣେ ଯୁବକଙ୍କ ସହ ଫଟୋ ସେୟାର କରିବା ପରେ ଯୁବକଜଣକ ଅଂଶୁଲାଙ୍କ ପ୍ରେମିକ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲେ।

ଅଂଶୁଲାଙ୍କ ସହ ନଜର ଆସୁଥିବା ଯୁବକଜଣକ ସ୍କ୍ରିନରାଇଟର ରୋହନ ଠକ୍କର ବୋଲି ଜଣାପଡ଼ିଥିଲା। ତେବେ ଅଂଶୁଲା ରୋହନଙ୍କ ସହ ସୁଇମିଂ ପୁଲରୁ ଏକ ଫଟୋ ଇନଷ୍ଟାରେ ସେୟାର କରି ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସ୍ପଷ୍ଟ କରିଛନ୍ତି। ଫଟୋର କ୍ୟାପସନରେ ୩୬୬ ଲେଖିବା ସହ ଏକ ଧଳା ରଙ୍ଗର ହୃଦୟ ଇମୋଜି ଦେଇଛନ୍ତି ଅଂଶୁଲା। ଏହା ସହ ସେ ଏହି ଫଟୋକୁ ରୋହନଙ୍କୁ ଟ୍ୟାଗ୍ ମଧ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe