ଡ୍ରଗ୍ସ ଲିଙ୍କ: ପୁଣି ଥରେ ପଚରାଉଚରା ପାଇଁ ଅଜୁର୍ନ ରାମପାଲଙ୍କୁ ସମନ ପଠାଇଲା ଏନସିବି

ଡ୍ରଗ୍ସ ଲିଙ୍କ: ପୁଣି ଥରେ ପଚରାଉଚରା ପାଇଁ ଅଜୁର୍ନ ରାମପାଲଙ୍କୁ ସମନ ପଠାଇଲା ଏନସିବି

Zee News

ମୁମ୍ବାଇ: ଡ୍ରଗ୍ସ ଲିଙ୍କକୁ ନେଇ ପୁଣି ଥରେ ପଚରାଉଚରା କରିବା ପାଇଁ ବଲିଉଡ ଅଭିନେତା ଅଜୁର୍ନ ରାମପାଲଙ୍କୁ ସମନ ପଠାଇଛି ଏନସିବି। ଏହା ପୂର୍ବରୁ ମଧ୍ୟ ଅର୍ଜୁନ ରାମପାଲଙ୍କୁ ଡ୍ରଗ୍ସ ଲିଙ୍କ ନେଇ ସମନ ପଠାଇ ପଚରାଉଚରା କରିଥିଲା ଏନସିବି। ଏବେ ପୁଣି ଥରେ ତାଙ୍କୁ ସମନ ପଠାଯାଇଥିବା ବେଳେ ଆସନ୍ତାକାଲି ତାଙ୍କୁ ଏନସିବି ଅଧିକାରୀମାନେ ପଚରାଉଚରା କରିବେ ବୋଲି ଜଣାପଡ଼ିଛି।

Arjun Rampal introduces son to the world Deccan Chronicle

ଉଲ୍ଲେଖଯୋଗ୍ୟ, ନଭେମ୍ବର ୧୩ ରେ ଅର୍ଜୁନଙ୍କୁ ଏନସିବି ପଚରାଉଚରା କରିଥିଲା। ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡସ୍ ଙ୍କୁ ମଧ୍ୟ ଦୁଇ ଦିନ ପଚରାଉଚରା କରିଥିଲା ଏନସିବି। ନଭେମ୍ବର ୯ ରେ ଅର୍ଜୁନଙ୍କ ଘରେ ଚଢ଼ଉ କରିବା ପରେ ଏନସିବି ଅଧିକାରୀମାନେ ଦୁହିଁଙ୍କୁ ପଚରାଉଚରା ପାଇଁ ଡକାଇଥିଲେ। ଏହା ସହ ଅର୍ଜୁନଙ୍କ ଡ୍ରାଇଭରଙ୍କୁ ମଧ୍ୟ ଗିରଫ କରି ଏନସିବି ଅଧିକାରୀମାନେ ପଚରାଉଚରା କରିଥିଲେ। ଏହି ଘଟଣା ପୂର୍ବରୁ ଏନସିବି ଗର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡସଙ୍କ ଭାଇ ଅଗିସିୟାଲୋସଙ୍କୁ ମଧ୍ୟ ଗିରଫ କରିଥିଲା। ତାଙ୍କ ପାଖରୁ ହସିଷ ଓ ଏଲ୍‌ପ୍ରୋଜୋଲନର୍‌ ଟାବଲେଟ୍ ଜବତ କରାଯିବା ପରେ ଗେବ୍ରିଏଲାଙ୍କ ଭାଇକୁ ଗିରଫ କରି ଅଜୁର୍ନ ଏବଂ ଗେବ୍ରିଏଲାଙ୍କ ଘରେ ଚଢ଼ଉ କରିଥିଲା ଏନସିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe