ଅର୍ଜୁନ ସେଠୀ ଯୁଗ୍ମ ସଂସଦୀୟ କମିଟିର ସଦସ୍ୟ ମନୋନୀତ

Advertisment
ଅର୍ଜୁନ ସେଠୀ ଯୁଗ୍ମ ସଂସଦୀୟ କମିଟିର ସଦସ୍ୟ ମନୋନୀତ

ନୂଆଦିଲ୍ଲୀ : ଲୋକସଭା ବିଜେଡି ସାଂସଦ ଅର୍ଜୁନ ଚରଣ ସେଠୀଙ୍କୁ ଆଜି ପାର୍ଲିଆମେଣ୍ଟ୍‌ ହାଉସ୍‌ ସୁରକ୍ଷା ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟିର ସଦସ୍ୟ ରୂପେ ମନୋନୀତ କରାଯାଇଛି। ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନ ତାଙ୍କୁ ଏହି ଗୁରୁଦାୟିତ୍ୱରେ ଅବସ୍ଥାପିତ କରିଛନ୍ତି। ଏହି କମିଟିର ଅନ୍ୟ ଜଣେ ସଦସ୍ୟ ହେଉଛନ୍ତି ବିଷ୍ଣୁ ଦୟାଲ ରାମ। କମିଟିକୁ ଏପ୍ରିଲ୍‌ ୨୮, ୨୦୧୯ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। କମିଟିରେ ପୂର୍ବରୁ ଦୁଇଜଣ ସଦସ୍ୟ ଆର କେ ସିଂହ ଓ ଡକ୍ଟର ସତ୍ୟପାଲ ମଲ୍ଲିକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାପରେ କମିଟିର ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଲୋକସଭାର ବାଚସ୍ପତିଙ୍କ ଦ୍ୱାରା କମିଟିର ପୁର୍ନଗଠନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe