କରୋନାଭାଇରସ୍‌ ଆତଙ୍କ: ହଙ୍ଗ୍‌କଙ୍ଗ୍‌ରେ ‘ଟଏଲେଟ୍‌ ରୋଲ୍‌’ ଚୋରାଇ ନେଲେ ସଶସ୍ତ୍ର ଡାକାୟତ

କରୋନାଭାଇରସ୍‌ ଆତଙ୍କ: ହଙ୍ଗ୍‌କଙ୍ଗ୍‌ରେ ‘ଟଏଲେଟ୍‌ ରୋଲ୍‌’ ଚୋରାଇ ନେଲେ ସଶସ୍ତ୍ର ଡାକାୟତ

Image Source: NDTV

ହଙ୍ଗ୍‌କଙ୍ଗ୍‌: ହଙ୍ଗକଙ୍ଗ୍‌ ସହରରୁ ଶହ ଶହ ‘ଟଏଲେଟ୍‌ ରୋଲ୍‌’ ଚୋରାଇ ନେଇଥିବା ଦଳେ ସଶସ୍ତ୍ର ଡାକାୟତଙ୍କୁ ପୁଲିସ ଖୋଜୁଛି। କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ ଲୋକେ ଅଧିକ ସଂଖ୍ୟକ ‘ଟଏଲେଟ୍‌ ରୋଲ୍‌’ କିଣି ପକାଉଛନ୍ତି। ଫଳରେ ସହରରେ ‘ଟଏଲେଟ୍‌ ରୋଲ୍‌’ ଅଭାବ ଦେଖାଦେଇଛି।

ପୁଲିସ କହିବା ଅନୁସାରେ, ମୋଙ୍ଗ୍‌ କକ୍‌ ଜିଲ୍ଲାରେ ସୋମବାର ପ୍ରତ୍ୟୁଷରେ ଏହି ଘଟଣାଟି ଘଟିଛି। ଟଏଲେଟ୍‌ ପେପର୍‌ ନେଇ ଆସିଥିବା ଏକ ଟ୍ରକ୍‌ର ଡ୍ରାଇଭର୍‌କୁ ସଶସ୍ତ୍ର ଡକାୟତମାନେ ଅଟକାଇଥିଲେ। ଏହାପରେ ଛୁରି ଧରିଥିବା ତିନି ଜଣ ଡକାୟତ ଟ୍ରକ୍‌ରେ ଥିବା ଡେଲିଭରି ମ୍ୟାନ୍‌କୁ ଧମକାଇ ୧୩୦ ଡଲାର୍‌ ମୂଲ୍ୟର ଟଏଲେଟ୍‌ ପେପର୍‌ ନେଇ ଯାଇଥିଲେ।

publive-image Image Source: The Star

କରୋନାଭାଇରସ୍‌ ବ୍ୟାପୀ ଥିଲେ ମଧ୍ୟ ‘ଟଏଲେଟ୍‌ ରୋଲ୍‌’ ଯୋଗାଣ ବନ୍ଦ ହେବ ନାହିଁ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି। ସରକାରଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ବାଣିଜ୍ୟ ନଗରୀ ହଙ୍ଗ୍‌କଙ୍ଗ୍‌ରେ ଲୋକେ ବହୁସଂଖ୍ୟାରେ ‘ଟଏଲେଟ୍‌ ରୋଲ୍‌’ କିଣି ନେଇ ଗଚ୍ଛିତ କରି ରଖୁଛନ୍ତି।

ଖୁବ୍‌ ଶୀଘ୍ର ‘ଟଏଲେଟ୍‌ ରୋଲ୍‌’ ସରିଯାଉଥିବାରୁ ସହରର ସୁପର୍‌ ମାର୍କେଟ୍‌ଗୁଡ଼ିକୁ ନୂଆ ମାଲ୍‌ ଆସି ପାରୁନାହିଁ। ଫଳରେ ସୁପର୍‌ ମାର୍କେଟ୍‌ ବାହାରେ ଲୋକମାନେ ଲମ୍ବା ଧାଡ଼ି ବାନ୍ଧି ବହୁ ସମୟଯାଏଁ ଅପେକ୍ଷା କରୁଛନ୍ତି।

ପୁଲିସ ସିସିଟିଭି ଫୁଟେଜ୍‌ ଦେଖି ଚୋରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe