ତେହେରାନ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ସରକାରୀ ବାସଭବନ ବେଇତ-ଏ ରହବାରି ଉପରେ ଆକ୍ରମଣ ହୋଇଥିବା ରିପୋର୍ଟ ଆସିଛି। ପିପୁଲ୍ସ ମୁଜାହିଦ୍ଦିନ ନାମ୍କ ଏକ ସଂଗଠନ ଏହି ଆକ୍ରମଣ କରିଛି। ସଂଗଠନ କହିଛି ଯେ, ଆକ୍ରମଣ କରିଥିବା ଏହାର ୧୦୦ ଜଣ ସଦସ୍ୟଙ୍କୁ ଇରାନ ସେନା ଗିରଫ କରିଛି। କିଛି ସଦସ୍ୟଙ୍କୁ ମଧ୍ୟ ହତ୍ୟା କରାଯାଇଛି। ୧୯୭୯ ଇସଲାମିକ ବିପ୍ଳବ ପରେ ପ୍ରଥମ ଥର ପାଇଁ ଇରାନର ସର୍ବୋଚ୍ଚ ନେତାଙ୍କ ବାସଭବନ ଉପରେ ଯୋଜନାବଦ୍ଧ ଆକ୍ରମଣ କରାଯାଇଛି।

Advertisment

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋମବାର ୨୫୦ ଜଣ ମୁଜାହିଦ୍ଦିନ କେନ୍ଦ୍ରୀୟ ତେହେରାନରେ ଥିବା ଇସଲାମିକ୍ ଗଣରାଜ୍ୟର ନେତାଙ୍କ କାର୍ଯ୍ୟାଳୟ ଓ ବାସଭବନ ଉପରେ ଆକ୍ରମଣ କରିଥିଲେ। ସମସ୍ତ ମୁଜାହିଦ୍ଦିନ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିଲେ। ଇରାନର ମେହର ନ୍ୟୁଜ୍ ଏଜେନ୍ସି ନିଶ୍ଚିତ କରିଛି, ସମୋନଙ୍କ ମଧ୍ୟରୁ କେବଳ ଚାରି ଜଣଙ୍କୁ ଗିରଫ କରାଯାଇଛି। ଇରାନରେ ଉତ୍ତେଜନା ଆରମ୍ଭ ହେବା ପରେ ଖେମିନି ତାଙ୍କ ବାସଭବନ ଛାଡି ଏକ ବଙ୍କରକୁ ଚାଲିଯାଇଥିଲେ। ତାଙ୍କ ପୁଅ, ମୋଜତାବା ଖେମିନି, ତାଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ପରିଚାଳନା କରୁଛନ୍ତି।

ଆହୁରି ପଢନ୍ତୁ- Russia-Ukraine: ରୁଷ୍‌-ୟୁକ୍ରେନ ଯୁଦ୍ଧର ଚାରି ବର୍ଷ ପୂର୍ତ୍ତି-ପୁଟିନ୍‌ଙ୍କୁ ଜେଲେନସ୍କିଙ୍କ ବାର୍ତ୍ତା, ୟୁକ୍ରେନ୍‌ ଏବେବି ସ୍ବାଧୀନ

ମୁଜାହିଦ୍ଦିନ ସଂଗଠନ ଦାବି କରିଛି, ଆକ୍ରମଣ ସମୟରେ ଅନେକ ଇରାନୀ ସୈନିକ ମଧ୍ୟ ନିହତ ହୋଇଥିଲେ। ତେବେ ସରକାର ଏହାକୁ ନିଶ୍ଚିତ କରି ନାହାନ୍ତି। ଇରାନ ସଂସଦର ଜାତୀୟ ସୁରକ୍ଷା କମିସନର ସଦସ୍ୟ ଅହମଦ ବଖଶାୟେସ୍ ଆର୍ଦେସ୍ତାନି କହିଛନ୍ତି, କିଛି ଆକ୍ରମଣ ଇସଲାମିକ୍ ଗଣରାଜ୍ୟକୁ ଦୁର୍ବଳ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଅନୁମାନ୍ କରାଯାଉଛି। କିନ୍ତୁ ଖେମିନିଙ୍କ ବାସଭବନ ଉପରେ ଆକ୍ରମଣ ଉପରେ ମନ୍ତବ୍ୟ ଦେବାକୁ ସେ ମନା କରିଦେଇଛନ୍ତି।

ଆହୁରି ପଢନ୍ତୁ- 25 Bangladeshis arrested: ମୁମ୍ବାଇରେ ବଡ଼ କାର୍ଯ୍ୟାନୁଷ୍ଠାନ: ୟାରି ରୋଡରୁ ୨୫ ବାଂଲାଦେଶୀ ଗିରଫ, କୋଲକାତାରୁ ଗୁଜରାଟ ଦେଇ ଅନ୍ଧେରୀରେ ପହଞ୍ଚିଥିଲେ

ପିପୁଲ୍ସ ମୁଜାହିଦିନ୍ ସଂଗଠନ ୧୯୬୫ ମସିହାରେ ଶାହ ପହଲଭି ଶାସନ ବିରୋଧରେ ଲଢ଼ିବା ପାଇଁ ଗଠିତ ହୋଇଥିଲା। ୧୯୭୯ ମସିହାର ଇସଲାମିକ୍ ବିପ୍ଳବ ସମୟରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ୧୯୯୦ ମସିହା ପର୍ଯ୍ୟନ୍ତ ଏହା ଇରାନରେ ପ୍ରଭାବ ବିସ୍ତାର କରିଥିଲା, କିନ୍ତୁ ଆୟାତୋଲ୍ଲା ଖେମିନିଙ୍କ ସହ ମତଭେଦ ପରେ ଏହାକୁ ନିଷିଦ୍ଧ କରାଯାଇଥିଲା।

୨୦୦୨ ମସିହାରେ, ଏହି ସଂଗଠନ ପ୍ରଥମେ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବିଶ୍ୱ ସମ୍ମୁଖରେ ପ୍ରକାଶ କରିଥିଲା। ଏହି ସଂଗଠନର ନେତୃତ୍ୱ ନେଉଛନ୍ତି ମାରିୟମ ରଜାଭି, ଯିଏ ଇରାନକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର କରିବାକୁ ଚାହୁଁଛନ୍ତି।