Image Courtesy of India Today
ଓ୍ଵାସିଂଟନ୍: ବୁଧବାର ଦିନ ଓ୍ଵାସିଂଟନ୍ରେ ଥିବା ଉପରାଷ୍ଟ୍ରପତି କମଳା ହାରିସ୍ଙ୍କ ଆବାସିକ କାର୍ଯ୍ୟାଳୟ ନିକଟରୁ ସାନ୍ ଆଣ୍ଟୋନିଓର ଜଣେ ଶସସ୍ତ୍ର ବ୍ୟକ୍ତି ଗିରଫ ହୋଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ‘ସିକ୍ରେଟ୍ ସର୍ଭିସ୍’ କହିଛି। ତାଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ସଂକ୍ରାନ୍ତ ମାମଲା ରୁଜୁ କରାଯାଇଛି।
ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ‘ଦି ସିକ୍ରେଟ୍ ସର୍ଭିସ୍’ କହିଛି ଯେ, ସନ୍ଦିଗ୍ଧ ୩୧ ବର୍ଷିୟ ପଲ୍ ମୁରେଙ୍କୁ ଉପରାଷ୍ଟ୍ରପତିଙ୍କ ଆବାସିକ କାର୍ଯ୍ୟାଳୟ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ‘ନେଭାଲ୍ ଅବ୍ଜର୍ଭେଟରି’ ଥିବା ସରକାରୀ କମ୍ପ୍ଲେକ୍ସ୍ ରାସ୍ତାରୁ ୟୁନିଫର୍ମ ପିନ୍ଧା ଅଫିସର୍ମାନେ ଧରିଥିଲେ।
Image Courtesy of The Wrapଏହାପରେ, ଅଧିକାରୀମାନେ ମୁରେଙ୍କୁ ଗିରଫ କରିବା ସହ ଅଭିଯୋଗ-ପତ୍ର ଦାଏର କରିଥିବା କଥା ଓ୍ଵାସିଂଟନ୍ର ମେଟ୍ରୋପଲିଟାନ୍ ପୋଲିସ୍ ବିଭାଗ କହିଛି।
ଟେକ୍ସାସ୍ରୁ ପ୍ରକାଶିତ ଇଣ୍ଟେଲିଜେନ୍ସ୍ ବୁଲେଟିନ୍ରେ ଏହି ଗିରଫଦାରି ସଂକ୍ରାନ୍ତରେ ପ୍ରକାଶ ପାଇଛି। କିନ୍ତୁ, ଏହି ବୁଲେଟିନ୍ର ବିଷୟବସ୍ତୁ ସଂକ୍ରାନ୍ତରେ ‘ଦି ସିକ୍ରେଟ୍ ସର୍ଭିସ୍’ ବିଶେଷ କିଛି କହିନାହିଁ।
ଡିସି ପୁଲିସ କହିଛି ଯେ, ମୁରେଙ୍କ ଗାଡ଼ିରେ ଗୋଟାଏ ରାଇଫଲ୍ ବା ଛୋଟ ବନ୍ଧୁକ ଥିଲା।
Follow Us