Image Courtesy of Deccan Herald
ନୂଆଦିଲ୍ଲୀ: ଆର୍ମେନିଆ ଏବଂ ଆଜର୍ବୈଜାନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ରୁଷ୍ ଯୋଗ ଦେବାର ସମ୍ଭାବନା ଥିବାରୁ ଏହା ଭୟଙ୍କର ହୋଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ଚତୁର୍ଥ ଦିନରେ ପହଞ୍ଚିଥିବା ଯୁଦ୍ଧର ପରିସ୍ଥିତିକୁ ଲକ୍ଷ୍ୟ କରି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ତୁର୍କୀ ଆକ୍ରମଣ ଲାଗି ଆଦେଶ ଦେଇପାରନ୍ତି। ଏହାର କାରଣ ହେଉଛି ରୁଷ୍ ଖ୍ରୀଷ୍ଟିଆନ୍ ବହୁଳ ଦେଶ ଆର୍ମେନିଆକୁ ସମର୍ଥନ କରୁଥିବା ବେଳେ ମୁସ୍ଲିମ୍ ବହୁଳ ଦେଶ ଆଜର୍ବୈଜାନ୍କୁ ସମର୍ଥନ କରୁଛି ତୁର୍କୀ। କେବଳ ରୁଷ୍ ନୁହେଁ, ତୁର୍କୀ, ଫ୍ରାନ୍ସ, ଇରାନ୍ ଏବଂ ଇସ୍ରାଏଲ୍ ମଧ୍ୟ ଏହି ଯୁଦ୍ଧରେ ସାମିଲ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ ପୂର୍ବେ ଉଭୟ ଦେଶ ‘ସୋଭିଏତ୍ ସଂଘ’ର ଅଂଶବିଶେଷ ଥିଲେ।
Image Courtesy of The Straits Timesପ୍ରାପ୍ତ ସୂଚନା ଅନୁସାରେ, ଆଜର୍ବୈଜାନ୍ ପକ୍ଷରୁ ଲଢ଼ିବାକୁ ତୁର୍କୀ ଓ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ପଠାଇଛନ୍ତି। ଯଦି ତୁର୍କୀ ଆକ୍ରମଣ ଲାଗିରୁଷ ଆଦେଶ ଦିଏ, ତେବେ ରୁଷ୍ ଓ ତୁର୍କୀ ମଧ୍ୟରେ ଭୟାବହ ଯୁଦ୍ଧ ଲାଗିବ ଏବଂ ଏଥିରେ ଅନ୍ୟ ମହାଶକ୍ତିମାନେ ମଧ୍ୟ ଯୋଗ ଦେଇ ପାରନ୍ତି।
ଇରାନ୍ ଓ ତୁର୍କୀ ସୀମାନ୍ତରେ ଥିବା ଦୁଇ କ୍ଷୁଦ୍ର ଦେଶ ଆଜର୍ବୈଜାନ୍ ଓ ଆର୍ମେନିଆ ମଧ୍ୟରେ ଗତ ୪ ଦିନ ହେବ ଯୁଦ୍ଧ ଚାଲିଛି। ଯୁଦ୍ଧକ୍ଷେତ୍ରରୁ ଆସୁଥିବା ବିସ୍ଫୋରଣ ଓ ଧ୍ବଂସର ଚିତ୍ର ଅତି ଯନ୍ତ୍ରଣା ଦାୟକ ରହିଛି । ଦିନରାତି ବିସ୍ଫୋରଣ ଶବ୍ଦ ଶୁଭୁଛି। ଉଭୟ ଦେଶ ସୀମାନ୍ତରେ ସୈନ୍ୟ ଠୁଳ କରିବା ଆରମ୍ଭ କରିଛନ୍ତି। ଆଜର୍ବୈଜାନ୍ର ୪ଟି ହେଲିକପ୍ଟର୍ ଗୁଳି କରି ଖସାଇ ଦେଇଥିବା କଥା ମଧ୍ୟ ଆର୍ମେନିଆ ଦାବି କରୁଛି। ଏହି ଯୁଦ୍ଧର ମୂଳ କାରଣ ହେଉଛି ନାଗୋର୍ଣ୍ଣୋ-କାରାବାଖ ଅଞ୍ଚଳ। ୧୯୯୪ ଯୁଦ୍ଧରେ ଆର୍ମେନିଆ ଅଧିକାର କରିନେଇଥିବା ଏହି ପାର୍ବତ୍ୟ ଅଞ୍ଚଳକୁ ଆଜର୍ବୈଜାନ୍ ନିଜର ବୋଲି ଦାବି କରୁଛି। ପୁରୁଣା ବିବାଦକୁ ନେଇ ଉଭୟ ଦେଶ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି।
Follow Us