Image Courtesy of India Today
ନୂଆଦିଲ୍ଲୀ: ଚୀନ୍ ସହ ଉତ୍ତେଜନା ବୃଦ୍ଧି ଓ ଡାଟା ଗୋପନୀୟତା ଉପରେ ଚିନ୍ତା ପ୍ରକଟକରି ନିଜ ନିଜର ଫୋନ୍ରୁ ୮୯ଟି ଆପ୍ ଡିଲିଟ୍ କରିଦେବା ପାଇଁ ବୁଧବାର ଦିନ ଭାରତୀୟ ସେନାବାହିନୀ ତା’ର କର୍ମଚାରୀମାନଙ୍କୁ କହିଛି।
ଜନପ୍ରିୟ ଆପ୍ ଫେସ୍ବୁକ୍, ଟ୍ରୁକଲର୍, ଇନ୍ଷ୍ଟାଗ୍ରାମ୍ ଏବଂ ପବ୍ଜି ଭଳି ଗେମ୍ ସେମାନଙ୍କ ମୋବାଇଲ୍ ଫୋନ୍ରୁ ଡିଲିଟ୍ କରିଦେବା ନିମନ୍ତେ କର୍ମଚାରୀମାନଙ୍କ ପ୍ରତି ଏକ ଆଦେଶନାମା ଜାରି କରି ସେନା କହିଛି। ଏହାଛଡ଼ା ଟିଣ୍ଡର୍ ଆଣ୍ଡ୍ ହିଞ୍ଜ୍ ଭଳି ଡେଟିଙ୍ଗ୍ ଆପ୍ ଓ ହୋମ୍ଷ୍ଟେ ଆପ୍ କୋଚ୍ସର୍ଫିଙ୍ଗ୍ ତଥା ଡେଲି ହଣ୍ଟ୍ ଭଳି ନୂଆ ଆପ୍ଗୁଡ଼ିକୁ ମଧ୍ୟ ଡିଲିଟ୍ କରିବାକୁ ସେନା କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି। ଏମିତି ଏହି ଆଦେଶରେ ସମୁଦାୟ ୮୯ଟି ଆପ୍ର ତାଲିକା ରହିଛି।
Image Courtesy of Hindustan Timesସଶସ୍ତ୍ର ବଳ କର୍ମଚାରୀଙ୍କ ଫୋନ୍ରୁ ଗୁରୁତ୍ବପୂର୍ଣ୍ଣ ଜାତୀୟ ନିରାପତ୍ତା ସୂଚନା ଲିକେଜ୍ ବନ୍ଦ କରିବା ନିମନ୍ତେ ଏଭଳି ନିର୍ଦେଶ ଜାରି କରାଯାଇଥିବା କଥା ଜଣାପଡ଼ିଛି।
କିନ୍ତୁ, ହ୍ବାଟ୍ଆପ୍, ଟେଲିଗ୍ରାମ୍, ସିଗ୍ନାଲ୍, ୟୁଟ୍ୟୁବ୍ ଏବଂ ଟୁଇଟର୍ ଭଳି ସାମାଜିକ ଗଣମାଧ୍ୟମ ଏବଂ ମେସେଜିଙ୍ଗ୍ ଆପ୍ ବ୍ୟବହାର ପାଇଁ ସେମାନଙ୍କୁ ସସର୍ତ୍ତ ଅନୁମତି ମିଳିଛି। ସର୍ତ୍ତ ହେଲା ସେମାନେ ଏହି ସବୁ ପ୍ଲାଟ୍ଫର୍ମରେ ସେମାନଙ୍କ ସେନା ପୃଷ୍ଠଭୂମି ବା ବ୍ୟାକ୍ଗ୍ରାଉଣ୍ଡ୍ ବିଷୟରେ କୌଣସି ପ୍ରସଙ୍ଗ ଉଲ୍ଲେଖ କରିବେ ନାହିଁ।
Follow Us