ଏଲଓସିରେ ପାକ୍‌ ଆତଙ୍କବାଦୀଙ୍କ ଗୁପ୍ତ ଆଡ୍ଡା ଉପରେ ଭାରତୀୟ ସେନାର ଚଢ଼ାଉ; ବିପୁଳ ପରିମାଣର ମାରଣାସ୍ତ୍ର ଜବତ

Advertisment
ଏଲଓସିରେ ପାକ୍‌ ଆତଙ୍କବାଦୀଙ୍କ ଗୁପ୍ତ ଆଡ୍ଡା ଉପରେ ଭାରତୀୟ ସେନାର ଚଢ଼ାଉ; ବିପୁଳ ପରିମାଣର ମାରଣାସ୍ତ୍ର ଜବତ

NewsNation

ବାରାମୁଲ୍ଲା (ଜାମ୍ମୁ କାଶ୍ମୀର): ଭାରତ- ପାକ୍‌ ସୀମାନ୍ତରେ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଠାରୁ ଅନତି ଦୂରରେ ରହିଥିବା ପାକ୍‌ ଆତଙ୍କବାଦୀଙ୍କ ଦୁଇଟି ଗୁପ୍ତ ଆଡ୍ଡା ଉପରେ ଭାରତୀୟ ସେନା ଆଜି ଚଢ଼ାଉ କରିବା ସହ ସେଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରିଛି। ଜବତ ହୋଇଥିବା ମାରଣାସ୍ତ୍ର ମଧ୍ୟରେ ୫ଟି ଏକେ ରାଇଫଲ ସମେତ ୨୧ଟି ଗ୍ରେନେଡ୍‌ ସହ ହଜାର ହଜାର ସଂଖ୍ୟାରେ ଗୁଳିଗୋଳା ରହିଛି। ବାରାମୁଲ୍ଲାର ରାମପୁର ସେକ୍ଟରରେ କିଛି ସନ୍ଦେହଜନକ ବ୍ୟକ୍ତିଙ୍କ ଗତିବିଧି ଚିହ୍ନଟ ହେବା ପରେ ଭାରତୀୟ ସେନା ପକ୍ଷରୁ ଆଜି ଏହି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଥିଲା।
ସେନା ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ସୋମବାର ରାମପୁର ସେକ୍ଟର ଦେଇ ଭାରତୀୟ ଅଞ୍ଚଳ ମଧ୍ୟକୁ କିଛି ସନ୍ଦିଗ୍ଧ ବ୍ୟକ୍ତି ପ୍ରବେଶ କରିବା ପରେ ସେମାନଙ୍କ ଗତିବିଧି ଉପରେ ସେନା ପକ୍ଷରୁ ନିରନ୍ତର ନଜର ରଖା ଯାଇଥିଲା। ସନ୍ଦିଗ୍ଧମାନଙ୍କୁ ଅନୁସରଣ କରିବା କାଳରେ ଭାରତୀୟ ସେନା ଏଲଓସି ଠାରୁ ଅନତି ଦୂରରେ ରହିଥିବା ଆତଙ୍କବାଦୀଙ୍କ ଏହି ଦୁଇଟି ଗୁପ୍ତ ଆଡ୍ଡାର ସନ୍ଧାନ ପାଇଥିଲେ। ଏହାପରେ ସେନା ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା।

publive-image

ପରେ ଦୀର୍ଘ ୭ ଘଣ୍ଟାର ବ୍ୟାପକ ଅନୁସନ୍ଧାନ ପରେ, ରାମପୁର ସେକ୍ଟରର ୨ଟି ଗୁପ୍ତ ଆଡ୍ଡା ଉପରେ ଭାରତୀୟ ସେନା ଚଢ଼ାଉ କରି ସେଠାରୁ ବିପୁଳ ପରିମାଣର ମାରଣାସ୍ତ୍ର, ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ଜବତ ମାରଣାସ୍ତ୍ର ମଧ୍ୟରେ ରହିଛି ୫ଟି ଏକେ ସିରିଜ୍‌ ରାଇଫଲ୍‌, ୬ଟି ମ୍ୟାଗାଜିନ୍‌ ଏବଂ ୨ ଟି ସିଲ୍‌ ବାକ୍ସ ସମେତ ୧,୨୫୪ ରାଉଣ୍ଡ ଗୁଳି, ୬ ଟି ପିସ୍ତଲ (୯ଟି ମ୍ୟାଗାଜିନ୍‌ ଏବଂ ୬ ରାଉଣ୍ଡ ଗୁଳି ସହିତ), ୨୧ ଟି ଗ୍ରେନେଡ୍‌, ୨ ଟି ୟୁବିଜିଏଲ୍‌ ଗ୍ରେନେଡ୍‌ ଏବଂ ୨ ଟି ରେଡିଓ ସେଟ୍‌ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe