ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବିଫଳ: ଉରୀରେ ଜଣେ ଆତଙ୍କବାଦୀ ମୃତ, ଜଣେ ଗିରଫ

ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବିଫଳ: ଉରୀରେ ଜଣେ ଆତଙ୍କବାଦୀ ମୃତ, ଜଣେ ଗିରଫ

www.indiatoday.in

ଜମ୍ମୁ: ଭାରତୀୟ ସେନା ଜମ୍ମୁ-କଶ୍ମୀରର ଉରୀ ସେକ୍ଟରରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ କାବୁ କରିଥିବା ଜଣାପଡ଼ିଛି। ଏହା ସହ ଅନ୍ୟ ଜଣେ ଅନୁପ୍ରବେଶକାରୀର ସେନା ଗୁଳିରେ ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଛି। ସେନା ସୂତ୍ରରୁ ପ୍ରକାଶ ଯେ, ଉରୀରେ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ କାବୁ କରାଯାଇଛି। ଗତ ସେପ୍ଟେମ୍ବର ୧୮-୧୯ରୁ ଭାରତକୁ ଅନୁପ୍ରବେଶ ଉଦ୍ୟମ ଚାଲିଥିବା ବେଳେ ଗିରଫ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ଭାରତକୁ ଆସି ଆକ୍ରମଣର ଯୋଜନା କରୁଥିବା ସାମ୍ନାକୁ ଆସିଛି।

ସୂତ୍ରରୁ ପ୍ରକାଶ ଯେ, ସେନା ଗତ ଦୁଇ ଦିନ ମଧ୍ୟରେ ତିନୋଟି ଭିନ୍ନ ସ୍ଥାନରେ ଅନୁପ୍ରବେଶକାରୀଙ୍କ ବିଷୟରେ ସୂଚନା ପାଇବାରେ ସକ୍ଷମ ହୋଇଥିଲା। ସେନା ଅନ୍ୟମାନଙ୍କୁ ଖୋଜୁଥିବା ବେଳେ ଏ ପର୍ଯ୍ୟନ୍ତ ଏନକାଉଣ୍ଟରରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହା ସହ ଉରୀ ସେକ୍ଟରରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ ସମୟରେ ଚାରିଜଣ ଯବାନ ଆହତ ହୋଇଛନ୍ତି।

ଗତ ସପ୍ତାହରେ ସେନା ଜମ୍ମୁ-କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ସହ ସେନା ଗୁଳିରେ ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହା ସହ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ ମଧ୍ୟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe