Image Courtesy of Hindustn Times
ପୁଣେ: ସଫଳ ସାମରିକ ଅଭିଯାନରେ ଗୁଇନ୍ଦାଙ୍କୁ ଗୁରୁତ୍ୱ ଦେଇ ପରବର୍ତ୍ତୀ ସେନାମୁଖ୍ୟ ଲେଫ୍ଟ୍ନାଣ୍ଟ୍ ଜେନେରାଲ୍ ମନୋଜ ନରବଣେ ଶନିବାର ଦିନ କହିଛନ୍ତି ଯେ ବାସ୍ତବ ଗୁଇନ୍ଦା ଦୁନିଆ ‘ଜେମସ୍ ବଣ୍ଡ୍, ପିସ୍ତଲ୍ ଓ ଯୁବତୀଙ୍କ’ ପରି ନୁହେଁ, ବରଂ ‘ଜନ୍ ଲି କାର୍ଙ୍କ ‘ସ୍ମାଇଲି’ ଉପନ୍ୟାସମାଳା’ ପରି।
ପୂର୍ବତନ ସାମ୍ବାଦିକ ନୀତିନ ଗୋଖଲେଙ୍କ ପୁସ୍ତକ ‘ଆର୍ ଏନ୍ କାଓ: ଜେଣ୍ଟଲ୍ମ୍ୟାନ ସ୍ପାଇମାଷ୍ଟର୍’ ଉନ୍ମୋଚନ ଉତ୍ସବରେ ଭାଷଣ ଦେଇ ଲେଫ୍ଟ୍ନାଣ୍ଟ୍ ଜେନେରାଲ ନରବଣେ ଏ କଥା କହିଛନ୍ତି। ଭାରତର ବୈଦେଶିକ ଗୁଇନ୍ଦା ଏଜେନ୍ସି ‘ରିସର୍ଚ ଆଣ୍ଡ୍ ଆନାଲିସିସ୍ ଉଇଙ୍ଗ୍’ର ପ୍ରଥମ ମୁଖ୍ୟ ଥିଲେ କାଓ।
ଲେଫ୍ଟନାଣ୍ଟ୍ ଜେନେରାଲ୍ ନରବଣେ କହିଲେ: ସାମରିକ ଅଭିଯାନ ଓ ଗୁଇନ୍ଦାଗିରି ସାଥି ହୋଇ ଚାଲନ୍ତି। ପ୍ରକୃତ କଥା ହେଲା ଯେତେବେଳେ ଆମକୁ କୌଣସି ଅଭିଯାନ ସଂକ୍ରାନ୍ତରେ ସୂଚନା ମିଳେ, ତାହା ‘ଶତ୍ରୁର ଖବର’ରୁ ହିଁ ଆରମ୍ଭ ହୋଇଥାଏ। ସେ ‘ଖବର’ ଆମେ ଗୁଇନ୍ଦାଙ୍କ ଠାରୁ ପାଇଥାଉ।
Image Courtesy of Bangalore Mirrorସେ ଆହୁରି କହିଲେ ଯେ ଗୁଇନ୍ଦା କଥା କହିଲା ବେଳେ କି, ଭାବିଲା ବେଳେ ଆମ ମନକୁ ସାଧାରଣତଃ ‘ଜେମ୍ସ୍ ବଣ୍ଡ୍, ପିସ୍ତଲ୍, ଯୁବତୀ, ଗିତାର ଏବଂ ଗ୍ଲାମର୍ କଥା ଆସିଥାଏ। କିନ୍ତୁ ଗୁଇନ୍ଦା ଦୁନିଆ ତାହା ନୁହେଁ। ବରଂ ଗୁଇନ୍ଦାର ଦୁନିଆ ହେଉଛି ଜନ୍ ଲି କାରେଙ୍କ ‘ସ୍ମାଇଲି’ ଉପନ୍ୟାସମାଳା ଭଳି... ଅଦେଖା, ଅଶୁଣା, ଅଚିହ୍ନା, ଘଟଣାର ଅନ୍ତରାଳରେ କାମ କରିବା ଏବଂ ଗୁଡ଼ାଏ ସୂଚନାର ସମୀକ୍ଷା କରିବା।
ଜନ୍ ଲି କାର୍ ହେଉଛି ବ୍ରିଟିସ୍ ଲେଖକ ଡେଭିଡ୍ ଜନ୍ ମୁଉର୍ କର୍ଣ୍ଣେଓ୍ଵଲ୍ଙ୍କର ଛଦ୍ମନାମ। ତାଙ୍କ ରଚିତ ଗୁଇନ୍ଦା ଉପନ୍ୟାସମାଳା ‘ସ୍ମାଇଲି’ ଖୁବ୍ ପ୍ରସିଦ୍ଧି ଲାଭ କରିଥିଲା।
Follow Us