ଜନତାଙ୍କୁ ପୋଡ଼ାଜଳା ଓ ହିଂସାକାଣ୍ଡ ପାଇଁ ଉତ୍‌କ୍ଷିପ୍ତ କରାଇବା ନେତାପଣିଆ ନୁହେଁ: ସେନାମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ

Advertisment
ଜନତାଙ୍କୁ ପୋଡ଼ାଜଳା ଓ ହିଂସାକାଣ୍ଡ ପାଇଁ ଉତ୍‌କ୍ଷିପ୍ତ କରାଇବା ନେତାପଣିଆ ନୁହେଁ: ସେନାମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ

Image Source: Zee News

ନୂଆଦିଲ୍ଲୀ: ନାଗରିକତା (ସଂଶୋଧନ) ଆଇନ ବିରୋଧରେ ଚାଲିଥିବା ପ୍ରତିବାଦ ପ୍ରସଙ୍ଗରେ ଭାରତୀୟ ସେନାମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ କହିଛନ୍ତି ଯେ ବିଶାଳ ଜନତାଙ୍କୁ ଉତ୍‌କ୍ଷିପ୍ତ କରି ପୋଡ଼ାଜଳା କରାଇବା ନେତାପଣିଆ ନୁହେଁ।

ଗୁରୁବାର ଦିନ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ଜେନେରାଲ୍‌ ରାଓ୍ଵତ୍‌ କହିଛନ୍ତି, ଜନତାଙ୍କୁ ଅନୁଚିତ ଦିଗକୁ ବାଟ କଢ଼ାଇ ନେଉଥିବା ଲୋକେ ନେତା ନୁହନ୍ତି। ଦେଶର ବହୁସଂଖ୍ୟକ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଯେଭଳି ଭୁଲ ରାସ୍ତାରେ ପରିଚାଳିତ କରାଯାଇ ଆନ୍ଦୋଳନରେ ନିୟୋଜିତ କରାଯାଉଛି, ତାହା ସ୍ପୃହଣୀୟ ନୁହେଁ । ଆମ ସହର ଓ ନଗରମାନଙ୍କରେ ଜଳାପୋଡ଼ା ଓ ହିଂସାକାଣ୍ଡ ପାଇଁ ସେମାନେ ଜନତାଙ୍କୁ ବାଟ କଢ଼ାଇ ନେଉଛନ୍ତି। ଏହା ନେତାପଣିଆ ନୁହେଁ।

publive-image Image Source: India Today

ଏହାଛଡ଼ା ଜେନେରାଲ୍‌ ରାଓ୍ଵତ ସିଆଚେନ୍‌ର ସଲଟୋରୋ ରିଜ୍‌ ଏବଂ ବିଯୁକ୍ତ ୧୦ ରୁ ୪୫ ଡିଗ୍ରି ଉତ୍ତାପ ଥିବା ଅନ୍ୟାନ୍ୟ ଉଚ୍ଚ ସ୍ଥାନକୁ କର୍ତ୍ତବ୍ୟ ସଂପାଦନ କରିବାକୁ  ଯାଇଥିବା ସୈନିକମାନଙ୍କୁ ପ୍ରଶଂସା କରିଥିଲେ। ଏ ପ୍ରସଙ୍ଗରେ ସେ କହିଛନ୍ତି, ଦିଲ୍ଲୀରେ ଶୀତ ପ୍ରକୋପରୁ ରକ୍ଷାପାଇବାକୁ ଆମେ ପୋଷାକପତ୍ର ପିନ୍ଧି ରହୁଥିବା ବେଳେ ସିଆଚେନ୍‌ର ସଲଟୋରୋ ରିଜ୍‌ ଏବଂ ବିଯୁକ୍ତ ୧୦ ରୁ ୪୫ ଡିଗ୍ରି ଉତ୍ତାପ ଥିବା ଅନ୍ୟାନ୍ୟ ଉଚ୍ଚ ସ୍ଥାନକୁ ଯାଇ ଦେଶର ସୀମାକୁ ପହରା ଦେଉଥିବା ସାହସୀ ସୈନ୍ୟଙ୍କୁ ମୁଁ ସମ୍ମାନ ଜଣାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe