ସ୍ଥିତି ସମୀକ୍ଷା କରିବା ପାଇଁ ଲଦାଖରେ ପହଞ୍ଚିଲେ ସେନା ମୁଖ୍ୟ ଜେନେରାଲ ଏମଏମ ନରଭାଣେ

ସ୍ଥିତି ସମୀକ୍ଷା କରିବା ପାଇଁ ଲଦାଖରେ ପହଞ୍ଚିଲେ ସେନା ମୁଖ୍ୟ ଜେନେରାଲ ଏମଏମ ନରଭାଣେ

indiatoday

ନୂଆଦିଲ୍ଲୀ: ଲଗାତାର ଦୁଇ ଥର ଚୀନ ସେନା ଅନୁପ୍ରବେଶ ଉଦ୍ୟମ କରି ବିଫଳ ହେବା ପରେ ‌ଏବେ ଭାରତୀୟ ସେନା ହାଇଆଲର୍ଟରେ ରହିଛି। ଏ ମଧ୍ୟରେ ସେନା ମୁଖ୍ୟ ଜେନେରାଲ୍ ଏମଏମ ନରଭାଣେ ଆଜି ସକାଳେ ଲଦାଖରେ ପହଞ୍ଚିଛନ୍ତି। ଏହି ଦୁଇ ଦିନିଆ ଗସ୍ତରେ ସେ ସୀମାରେ ସ୍ଥିତି ସମୀକ୍ଷା କରିବେ। ଆଜି ‌ସେ ଦକ୍ଷିଣ ପାଙ୍ଗୋଙ୍ଗ ଏବଂ ଅନ୍ୟାନ୍ୟ ସ୍ଥାନରେ ପରିସ୍ଥିତିର ଅନୁଧ୍ୟାନ କରିଥିବା ଜଣାପଡ଼ିଛି |

सेना प्रमुख जनरल एमएम नरवणे (फाइल फोटो- पीटीआई) aajtak

ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ କିଛି ଦିନ ହେଲାଣି ଚାଲୁ ରହିଛି। ଜୁନ ୧୫ରେ ଚୀନ ସେନାର ଆକ୍ରମଣରେ ଭାରତର ୨୦ଜଣ ଯବାନ ସହିଦ ହେବା ପରେ ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଥିଲା। ପରିସ୍ଥିତିକୁ ସୁଧାରିବା ପାଇଁ ଦୁଇ ଦେଶ ମଧ୍ୟରେ ଅନେକ ଥର ବ୍ରିଗେଡ କମାଣ୍ଡରସ୍ତରୀୟ ବୈଠକ ହୋଇ ସାରିଥିଲେ ମଧ୍ୟ ସମାଧାନର ବାଟ ବାହାର କରାଯାଇ ପାରି ନାହିଁ। ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ପରେ ମଧ୍ୟ ଚୀନ ସେନା ଅନୁପ୍ରବେଶ ଉଦ୍ୟମ କରିଥିବାରୁ ଏବେ ସେନା ମୁଖ୍ୟ ଲଦାଖରେ ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ପହଞ୍ଚିଛନ୍ତି। ଲଦାଖରେ ପହଞ୍ଚି ସେନା ମୁଖ୍ୟ କାର୍ଯ୍ୟକ୍ଷମ ସମସ୍ୟା ଏବଂ ଭୂମି ସ୍ଥିତିକୁ ଅନୁଧ୍ୟାନ କରିଥିବା ଜଣା ପଡ଼ିଛି | ଏଥି ସହିତ ସୀମାରେ ଉତ୍ତେଜନା ମଧ୍ୟରେ ଦିଲ୍ଲୀରେ ଏ ନେଇ ବୈଠକ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe