The Week
ନୂଆଦିଲ୍ଲୀ: ୨୦୧୨ରେ ଆର୍ମି ୱାର୍ କଲେଜର ତତ୍କାଳୀନ ବରିଷ୍ଠ ଫ୍ୟାକ୍ଲଟି ସଦସ୍ୟ ତଥା ବ୍ରିଗେଡିୟର ମନୋଜ ମୁକୁନ୍ଦ ନରବଣେ ଚୀନ୍ର 'ୱାର୍ ଜୋନ୍ କ୍ୟାମ୍ପେନ୍' (ଡବ୍ଲ୍ୟୁଜେଡ୍ସି) ଏବଂ ଲଦାଖକୁ ନେଇ ଏକ ଲେଖା ପ୍ରକାଶ କରିଥିଲେ। ସେ ଲେଖିଥିଲେ, ଚୀନ୍ର ବିସ୍ତାରବାଦୀ ମାନସିକତା ପଡୋଶୀ ଦେଶ ପାଇଁ ଚିନ୍ତାର କାରଣ ପାଲଟିବ। ଆଜି ତତ୍କାଳୀନ ବ୍ରିଗେଡିୟରଙ୍କ ଭବିଷ୍ୟବାଣୀ ସତ୍ୟ ହୋଇଛି। ଭାରତ ପାଇଁ ଚୀନ୍ ବିପଦ ସାଜିବ ବୋଲି ତତ୍କାଳୀନ ବ୍ରିଗେଡିୟର ମନୋଜ ମୁକୁନ୍ଦ ନରବଣେ ଲେଖା ପ୍ରକାଶ କରିଥିଲେ। ଆଜି ସେହି ସେନାଧିକାରୀ ତଥା ବ୍ରିଗେଡିୟର ନରବଣେ ଭାରତୀୟ ସ୍ଥଳସେନାର ମୁଖ୍ୟ ହୋଇଛନ୍ତି।
ତାଙ୍କ ସମୟରେ ହିଁ ଚୀନ ଓ ଭାରତୀୟ ସେନା ବାସ୍ତବ ନିୟନ୍ତ୍ରଣରେ ରେଖା ନିକଟରେ ମୁହାଁମୁହିଁ ହୋଇଛନ୍ତି। ନରବଣେ ସେତେବେଳେ ଲେଖିଥିଲେ ଚୀନ୍ ଏକ ବିସ୍ତାରବାଦୀ ଶକ୍ତି ଏବଂ ସୀମାରେ ପଡ଼ୋଶୀଙ୍କୁ ସବୁବେଳେ ଅଶାନ୍ତ ରଖିବାକୁ ଉଦ୍ୟମ କରିବ। ପଡୋଶୀ ସୀମାକୁ ନିଜ ସୀମାରେ ମିଶାଇ ଦେବାକୁ ଚୀନ୍ ସବୁବେଳେ ବ୍ୟଗ୍ର ବୋଲି ତତ୍କାଳୀନ ବ୍ରିଗେଡିୟର ନରୱଣେ ଲେଖା ମାଧ୍ୟମରେ ପ୍ରକାଶ କରିଥିଲେ। ଆଜି ନରବଣେଙ୍କ ଭବିଷ୍ୟବାଣୀ ସତ୍ୟ ହେବାକୁ ବସିଛି। ସେ ସ୍ଥଳସେନା ମୁଖ୍ୟ ଥିବା ସମୟରେ ଚୀନ୍ ଭାରତର ସୀମାକୁ ପ୍ରବେଶ କରିବାକୁ ଉଦ୍ୟମ କରୁଛି ଏବଂ ଉଭୟ ସେନାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।
Follow Us