ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର ପରିସ୍ଥିତି ସମୀକ୍ଷା କଲେ ସେନା ମୁଖ୍ୟ ନରଓ୍ଵଣେ

ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର ପରିସ୍ଥିତି ସମୀକ୍ଷା କଲେ ସେନା ମୁଖ୍ୟ ନରଓ୍ଵଣେ

Image Courtesy of Hindustan Times

ନୂଆଦିଲ୍ଲୀ: ଚୀନ୍‌ ସହ ସୀମା ବିବାଦ ମଧ୍ୟରେ ବୁଧବାର ଦିନ ଭାରତୀୟ ସେନା ମୁଖ୍ୟ ଜେନେରାଲ୍‌ ଏମ୍‌ଏମ୍‌ ନରଓ୍ଵଣେ ପାଙ୍ଗୋଙ୍ଗ୍‌ ହ୍ରଦର ଦକ୍ଷିଣ ତଟ ଅଞ୍ଚଳ ପରିଦର୍ଶନ କରି ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର ପରିସ୍ଥିତି ସମୀକ୍ଷା କରିଛନ୍ତି।

ସକାଳ ୮.୩୦ରେ ସୀମାନ୍ତ ଅଞ୍ଚଳରେ ପହଞ୍ଚିଥିବା ନରଓ୍ଵଣେ ଉଧାମପୁରସ୍ଥିତ ନର୍ଦନ୍‌ କମାଣ୍ଡ୍‌ର ଅଂଶବିଶେଷ ‘ଚତୁର୍ଦ୍ଦଶ କର୍ପସ୍‌’ର ଯବାନମାନଙ୍କୁ ଭେଟିଥିଲେ। ସନ୍ଧ୍ୟା ସୁଦ୍ଧା ସେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି।

publive-image Image Courtesy of Army Tweet

ଟୁଇଟ୍‌ କରି ସେନା କହିଛି, ଜେନେରାଲ୍‌ ଏମ୍‌ଏମ୍‌ ନରଓ୍ଵଣେ ରେଚିନ୍‌ ଲା ସମେତ ସୀମାନ୍ତ ଅଞ୍ଚଳ ପରିଦର୍ଶନ କରି ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳ ପରିସ୍ଥିତି ସଂକ୍ରାନ୍ତରେ ପ୍ରତ୍ୟକ୍ଷ ସମୀକ୍ଷା କରିଥିଲେ। ଆମ ସେନାର ଆଭିଯାନିକ ପ୍ରସ୍ତୁତି ସଂକ୍ରାନ୍ତରେ କର୍ପସ୍‌ ଏବଂ ଅନ୍ୟ ଆଞ୍ଚଳିକ କମାଣ୍ଡର୍‌ମାନେ ତାଙ୍କୁ ସଂକ୍ଷେପରେ ସୂଚନା ଦେଇଥିଲେ।

ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳ ଲଦାଖ ସେକ୍ଟର୍‌ରେ ଲାଗି ରହିଥିବା ଅଚଳାବସ୍ଥା ପ୍ରସଙ୍ଗରେ ଡିସେମ୍ବର ୧୮ ତାରିଖ ଦିନ ଭାରତ ଓ ଚୀନ୍‌ ଶେଷ ପର୍ଯ୍ୟାୟ କୂଟନୈତିକ ଆଲୋଚନା କରିଥିଲେ। ଏହା ବିଶେଷ ଫଳପ୍ରଦ ହୋଇ ନାହିଁ। ତେଣୁ ବରିଷ୍ଠ ସେନା କମାଣ୍ଡର୍‌ମାନଙ୍କର ଆଉ ଏକ ବୈଠକ ଆୟୋଜନ ନିମନ୍ତେ ଉଭୟ ପକ୍ଷ ରାଜି ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe