ନୂଆଦିଲ୍ଲୀ : ସୀମା ବିବାଦକୁ ନେଇ ଭାରତ-ଚୀନ୍ ମୁହାଁମୁହିଁ ସ୍ଥିତି ଜାରି ରହିଛି। ସୀମା ସୁରକ୍ଷା ପରିଚାଳନା ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ସେନାମୁଖ୍ୟ ଜେନେରାଲ ଏମ୍ ଏମ୍ ନରବଣେ ଆଜି ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଛନ୍ତି। ଗତବର୍ଷ ମେ ମାସ ଆରମ୍ଭରୁ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିିତିର ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ। ନରବଣେ ଏହି ଗସ୍ତବେଳେ ସୀମାର ସାମ୍ପ୍ରତିକ ସୁରକ୍ଷା ସ୍ଥିତି ସମୀକ୍ଷା କରିବା ସହ ଲଦାଖରେ ନିୟୋଜିତ ଯବାନମାନଙ୍କ ସହ ଆଲୋଚନା କରିବେ। ଯେପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ ସୀମା ବିବାଦର ଦୀର୍ଘକାଳୀନ ସ୍ଥାୟୀ ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ଉତ୍ତେଜନା ଚାଲିଥିବ ବୋଲି ସେନାମୁଖ୍ୟ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us