କଶ୍ମୀର‌ରେ ସେନା ମୁଖ୍ୟ ରାୱତ, ସେନାର ପ୍ରସ୍ତୁତି ସମୀକ୍ଷା କଲେ

Advertisment
କଶ୍ମୀର‌ରେ ସେନା ମୁଖ୍ୟ ରାୱତ, ସେନାର ପ୍ରସ୍ତୁତି ସମୀକ୍ଷା କଲେ

ଶ୍ରୀନଗର : ସେନାମୁଖ୍ୟ ଜେନେରାଲ ବିପିନ ରାୱତ ଏବେ ୨ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଅଛନ୍ତି। ଗସ୍ତର ପ୍ରଥମ ଦିନରେ ରାୱତ ଆଜି ଏଲ୍‌ଓସି ନିକଟରେ ସେନାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଏବଂ ଏଲ୍‌ଓସି ନିକଟସ୍ଥ ଆଗୁଆ ଘାଟିଗୁଡ଼ିକୁ ବୁଲିଛନ୍ତି। ଧାରା ୩୭୦ ଉଚ୍ଛେଦ ହେବାପରେ ରାୱତଙ୍କର ଏହ‌ା କଶ୍ମୀରକୁ ପ୍ରଥମ ଗସ୍ତ। ସେନାମୁଖ୍ୟ ଆଜି କମାଣ୍ଡର ଏବଂ ସୀମାରେ ମୁତୟନ ହୋଇଥିବା ଯବାନଙ୍କ ସହ କଥା ହୋଇ ବିସ୍ତୃତ ଭାବେ ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ସେନାମୁଖ୍ୟ ରାୱତ ପୂର୍ବରୁ ପାକିସ୍ତାନକୁ କଡ଼ା ଜବାବ ଦେଇ କହିଥିଲେ, ପାକିସ୍ତାନ ଯଦି ଏଲ୍‌ଓସିରେ କିଛି ଦୁଃସାହସିକ କାର୍ଯ୍ୟ କରେ ତେବେ ଏହାର ଉଚିତ୍‌ ଜବାବ ଦିଆଯିବ। ଏଲ୍‌ଓସି ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଆଗକୁ ଭାରତର ରଣନୀତି ଆହୁରି ଆକ୍ରମଣାତ୍ମକ ହେବ ବୋଲି ସୂଚନା ମିଳିଛି। ପାକିସ୍ତାନର ତୁହାକୁ ତୁହା ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦିଆଯାଉଛି ଏବଂ ଅନୁପ୍ରବେଶକୁ ରୋକିବା ପାଇଁ ପୂର୍ବାପେକ୍ଷା ଯଥେଷ୍ଟ ଅଧିକ ସେନା ମୁତୟନ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe