ମାସକ ପାଇଁ ବଢ଼ିଲା ସ୍ଥଳସେନା ମୁଖ୍ୟଙ୍କ ଅବସର ତାରିଖ

Advertisment
ମାସକ ପାଇଁ ବଢ଼ିଲା ସ୍ଥଳସେନା ମୁଖ୍ୟଙ୍କ ଅବସର ତାରିଖ

ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ଚାକିରିକାଳ ଏକ ମାସ ବୃଦ୍ଧି କରାଯାଇଛି। ଜେନେରାଲ ମନୋଜ ପାଣ୍ଡେ ୩୧ ମଇରେ ଅବସର ନେଇଥାନ୍ତେ | ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ତାଙ୍କର କାର୍ଯ୍ୟକାଳ ଏକ ମାସ ବୃଦ୍ଧି କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ରବିବାର ଦିନ କ୍ୟାବିନେଟର ନିଯୁକ୍ତି କମିଟି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ଚାକିରିକାଳ ଏକ ମାସ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ସେ ମେ ୩୧, ୨୦୨୪ ରେ ଅବସର ନେଇଥାନ୍ତେ, କିନ୍ତୁ ବର୍ତ୍ତମାନ ଜେନେରାଲ ପାଣ୍ଡେ ୩୦ ଜୁନ୍ ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେ ଏପ୍ରିଲ୍ ୩୦, ୨୦୨୨ରେ ନିଯୁକ୍ତ ହେବା ପରଠାରୁ ସେନା ମୁଖ୍ୟ ଭାବରେ କାର୍ଯ୍ୟ କରିଆସୁଛନ୍ତି।

ବିବୃତ୍ତିରେ କୁହାଯାଇଛି ଯେ, କ୍ୟାବିନେଟର ନିଯୁକ୍ତି କମିଟି ସେନା ନିୟମର ନିୟମ ୧୬ଏ(୪) ୧୯୫୪ ଅନୁଯାୟୀ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ତାଙ୍କ ସାଧାରଣ ଅବସର ବୟସଠାରୁ ଏକ ମାସ ଅଧିକ ନିଯୁକ୍ତ କରିଛି | ଅର୍ଥାତ ଜୁନ୍ ୩୦, ୨୦୨୪ ପର୍ଯ୍ୟନ୍ତ ସେ କାର୍ଯ୍ୟ କରିବେ | ସେନା ମୁଖ୍ୟ ମନୋଜ ପାଣ୍ଡେଙ୍କୁ ଡିସେମ୍ବର ୧୯୮୨ ରେ କୋର ଅଫ୍ ଇଞ୍ଜିନିୟର୍ସ (ବମ୍ବେ ସାପର୍ସ) ରେ କମିଶନ ଦିଆଯାଇଥିଲା। ସେନା ମୁଖ୍ୟ ଦାୟିତ୍ୱ ପୂର୍ବରୁ ସେ ସେନା ଉପମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ | ସୂଚନା ଥାଉ କି ଯେ କେନ୍ଦ୍ର ସରକାର ନୂତନ ସେନା ମୁଖ୍ୟଙ୍କ ନାମ ଏଯାଏଁ ଘୋଷଣା କରିନାହାନ୍ତି | ନୂଆ ସେନା ମୁଖ୍ୟଙ୍କ ନାମ ଘୋଷଣା ହୋଇନଥିବାରୁ ତାଙ୍କ ଅବଧି ବୃଦ୍ଧି କରାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe