ନିୟନ୍ତ୍ରଣ ରେଖାରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆଜି କଶ୍ମୀର ଗସ୍ତରେ ଯିବେ ସେନାମୁଖ୍ୟ

Advertisment
ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି, କିନ୍ତୁ ଆମ ଯବାନ ପ୍ରସ୍ତୁତ : ସେନାଧ୍ୟକ୍ଷ ନାରାଓ୍ଵାଣେ

ToI

ନୂଆଦିଲ୍ଲୀ : କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ଥିବାବେଳେ ପାକିସ୍ତାନ ନିଜର ଖଳପ୍ରକୃତି ଛାଡ଼ିପାରିନାହିଁ । ନିୟନ୍ତ୍ରଣ ରେଖା ନିକଟରେ ପ୍ରାୟ ପ୍ରତିଦିନ ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ ଜାରି ରହିଛି । ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ସୀମା ଏପଟକୁ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରାଯାଉଛି । କିନ୍ତୁ ପାକିସ୍ତାନର ଏହି ଚକ୍ରାନ୍ତକୁ ଭାରତୀୟ ସେନା ଦୃଢତାର ସହ ପଣ୍ଡ କରିଚାଲିଛି । ତେବେ ସ୍ଥିତିର ଗୁରୁତ୍ୱକୁ ଅନୁଭବ କରି ଆସି ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରାବଣେ କଶ୍ମୀର ଗସ୍ତରେ ଯାଇ ନିୟନ୍ତ୍ରଣ ରେଖାର ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

କିଛିଦିନ ତଳେ ଭାରତୀୟ ସେନା ପାକ ଅଧିକୃତ କଶ୍ମୀରର ଦୁଧନିହାଲ ଅଞ୍ଚଳରେ ଥିବା ଆତଙ୍କବାଦୀ ଶିବିର ଉପରେ ଅତର୍କିତ ଆକ୍ରମଣ କରି ସେଗୁଡ଼ିକୁ ଧ୍ୱଂସ କରିଦେଇଥିଲା । ଏହା ଦ୍ୱାରା ଅନେକ ଆତଙ୍କବାଦୀ ନିହତ ହେବାସହ କେତେ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିଲେ । ପାକିସ୍ତାନ ସେନା ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିବା ଓ ନିୟନ୍ତ୍ରଣ ରେଖା ଏପଟକୁ ଆସି ଭାରତୀୟ ପୋଷ୍ଟଗୁଡ଼ିକ ଉପରେ ଆକ୍ରମଣ କରିବାର ଜବାବରେ ଭାରତୀୟ ସେନା ପକ୍ଷରୁ ଏହି ଅପରେସନ କରାଯାଇଥିଲା । ଗତ ଏପ୍ରିଲ ୧ରେ ମଧ୍ୟ ଭାରତୀୟ ସେନା କେରନା ସେକଫରରେ ଅନୁପ୍ରବେଶ କରିଥିବା ୫ ଆତଙ୍କବାଦୀଙ୍କୁ ମାରିଦେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe