Image Source: The Times of India
ନୂଆଦିଲ୍ଲୀ: ଚୀନ୍ ସହ ଅମୀମାଂଶିତ ସୀମା ନିରାପତ୍ତା ସ୍ଥିତି ସମୀକ୍ଷା କରିବାକୁ ଶୁକ୍ରବାର ଦିନ ସେନା ମୁଖ୍ୟ ଜେନେରାଲ୍ ଏମ୍ ଏମ୍ ନରୱଣେ ଲଦାଖ ପରିଦର୍ଶନରେ ଯାଇଥିଲେ। ସମ୍ପ୍ରତି ସେଠାରେ ଥିବା ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (ଏଲ୍ଏସି) ଠାରେ ଭାରତ ଓ ଚୀନ୍ ଯବାନଙ୍କ ମଧ୍ୟରେ ଉତ୍ତେଜନ ବୃଦ୍ଧି ପାଇଛି। ଗତାଲି ଅବଶ୍ୟ ସେନାମୁଖ୍ୟ ନରୱଣେ ସେଠାରୁ ଫେରି ଆସିଥିଲେ।
ଜେନେରାଲ୍ ନରୱଣେ ଭାରତୀୟ ସେନାର ଫର୍ୱାର୍ଡ ପୋଶ୍ଚର୍, ନର୍ଦନ୍ କମାଣ୍ଡ୍ ଚିମ୍ ଲେଫ୍ଟ୍ନାଣ୍ଟ୍ ଜେନେରାଲ୍ ୱାଇ କେ ଯୋଶୀ ଏବଂ ଲେହ୍ ଠାରେ ଅବସ୍ଥିତ ୧୪ କର୍ପସ୍ କମାଣ୍ଡର୍ ଲେଫ୍ଟନାଣ୍ଟ୍ ଜେନେରାଲ୍ ହରିନ୍ଦର ସିଂହ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ କ୍ଷେତ୍ର ପରିସ୍ଥିତି ସମୀକ୍ଷା କରିଥିଲେ।
Image Source: Hindustan Timesମେ ୫ ଓ ୬ ତାରିଖ ଦିନ ପାଙ୍ଗଙ୍ଗୋଗ୍ ସୋ ଠାରେ ଭାରତ ଓ ଚୀନ୍ ଯବାନମାନଙ୍କ ମଧ୍ୟରେ ମାରଧର ହେବା ପରେ ବିଶେଷକରି ଲଦାଖର ଗଲ୍ୱାନ୍ ଉପତ୍ୟକାରେ ଭାରତ ଏବଂ ଚୀନ୍ ଅତିରିକ୍ତ ସେନା ମୁତୟନ କରିଛନ୍ତି।
ମଙ୍ଗଳବାର ଦିନ ଭାରତୀୟ ସେନା ଏଲ୍ଏସିରେ ଅନୁପ୍ରବେଶ କରିଥିବା କଥା ଚୀନ୍ର ବୈଦେଶିକ ମନ୍ତ୍ରାଳୟ ପ୍ରଥମେ ଅଭିଯୋଗ କରିଥିଲା ଭାରତୀୟ ଯବାନମାନେ ଚୀନ୍ ସେନାଙ୍କର ନିୟମିତ ପାଟ୍ରୋଲ୍ରେ ବାଧା ଦେବାରୁ ଚୀନ୍ ସେନା ଆବଶ୍ୟକ ପ୍ରତିରକ୍ଷାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କଥା ବେଜିଙ୍ଗ୍ କହିଛି। କିନ୍ତୁ, ଏହାର କୌଣସି ସତ୍ୟତା ନ ଥିବା କଥା ଜଣେ ଭାରତୀୟ ମୁଖପାତ୍ର କହିଛନ୍ତି।
Follow Us