ଲଦାଖରେ ବିଯୁକ୍ତ ୩୦ ଡିଗ୍ରି ତାପମାନରେ ଚଳିବାକୁ ଯବାନମାନଙ୍କ ପାଇଁ ସ୍ବତନ୍ତ୍ର ବାସସ୍ଥଳୀ ନିର୍ମାଣ କଲା ଭାରତୀୟ ସେନା

Advertisment
ଲଦାଖରେ ବିଯୁକ୍ତ ୩୦ ଡିଗ୍ରି ତାପମାନରେ ଚଳିବାକୁ ଯବାନମାନଙ୍କ ପାଇଁ ସ୍ବତନ୍ତ୍ର ବାସସ୍ଥଳୀ ନିର୍ମାଣ କଲା ଭାରତୀୟ ସେନା

Image Courtesy of Hindustan Times

ନୂଆଦିଲ୍ଲୀ: ଶୀତଋତୁର ବିଯୁକ୍ତ ୪୦ ଡିଗ୍ରି ତାପମାନରେ ଚଳିବା ଲାଗି ଲଦାଖ ସେକ୍ଟର୍‌ର ଫର୍‌ୱାର୍ଡ ଅଞ୍ଚଳରେ ମୁତୟନ ହୋଇଥିବା ଯବାନମାନଙ୍କ ପାଇଁ ଭାରତୀୟ ସେନା ସ୍ବତନ୍ତ୍ର ତଥା ଆଧୁନିକ ବାସସ୍ଥଳୀ ନିର୍ମାଣ ଶେଷ କରିଥିବା କଥା ବୁଧବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

ଚୀନ୍‌ର ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ର କୌଣସି ଅପ୍ରୀତିକର କାର୍ଯ୍ୟକଳାପର ମୁକାବିଲା କରିବାକୁ ଲଦାଖ ସେକ୍ଟର୍‌ର ଯେଉଁ କେତେକ ସ୍ଥାନରେ ଭାରତୀୟ ସୈନ୍ୟ ମୁତୟନ ହୋଇଛନ୍ତି ସେଠାରେ ତାପମାତ୍ରା ବିଯୁକ୍ତ ୪୦ ଡିଗ୍ରିକୁ ହ୍ରାସ ପାଇପାରେ। ଭୀଷଣ ଶୀତ ସମୟରେ ସେ ସବୁ ସ୍ଥାନରେ ୩୦ ରୁ ୪୦ ଫୁଟ୍‌ ଉଚ୍ଚତା ପର୍ଯ୍ୟନ୍ତ ତୁଷାର ମଧ୍ୟ ପଡ଼ିପାରେ।

ଏହି ସ୍ମାର୍ଟ କ୍ୟାମ୍ପ୍‌ ବା ଅତ୍ୟାଧୁନିକ ବାସସ୍ଥଳୀରେ ଫ୍ରଣ୍ଟ୍‌ଲାଇନ୍‌ ଯବାନମାନଙ୍କ ନିମନ୍ତେ ବିଜୁଳି, ପାଣି, ଉଷ୍ମତା ସୃଷ୍ଟିକାରୀ ସୁବିଧା, ସ୍ବାସ୍ଥ୍ୟ ଓ ପରିମଳ ପାଇଁ ସୁବ୍ୟବସ୍ଥା କରାଯାଇଛି। ସେଠାରେ ଯବାନମାନଙ୍କର କୌଣସି ଅସୁବିଧା ନାହିଁ। ଯେକୌଣସି ପ୍ରକାରର ଚାଲେଞ୍ଜ୍‌ ମୁକାବିଲା କରିବାକୁ ସେମାନେ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

publive-image Image Courtesy of Hindustan Times

ପ୍ରବଳ ତୁଷାରପାତରୁ ଏହି ବାସସ୍ଥଳୀକୁ ନିରାପଦ ରଖିବା ନିମନ୍ତେ ବିଶେଷ ଉପକରଣ ମଧ୍ୟ ଲଗାଯାଇଛି। ଯବାନମାନଙ୍କ ନିମନ୍ତେ ଶୀତ ଦୁଇମାସ ପାଇଁ ବିପୁଳ ପରିମାଣର ଖାଦ୍ୟସାମଗ୍ରୀ, ଶୀତବସ୍ତ୍ର, ଉଚ୍ଚସ୍ଥାନରେ ପଡୁଥିବା ତମ୍ବୁ ଓ ଇନ୍ଧନ ମହଜୁଦ ରଖାଯାଇଛି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଗତ ମେ ମାସ ପ୍ରାରମ୍ଭରୁ ଭାରତ ଓ ଚୀନ୍‌ ମଧ୍ୟରେ ସାମରିକ ବିବାଦ କ‌ାରଣରୁ ଉଭୟ ପକ୍ଷରୁ ପ୍ରାୟ ୫୦ ହଜାର ଲେଖାଏଁ ସୈନ୍ୟ ମୁତୟନ ହୋଇଛନ୍ତି। ଅଷ୍ଟମ ପର୍ଯ୍ୟାୟ ସାମରିକସ୍ତରୀୟ ଆଲୋଚନାରେ ଏହାର ସମାଧାନ ପାଇଁ ଉପାୟ କରାଯାଇଥିଲେ ବି ପ୍ରସ୍ତାବିତ ସୈନ୍ୟ ଅପସାରଣ ପ୍ରସଙ୍ଗ ଚୂଡ଼ାନ୍ତ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe