ଭୁବନେଶ୍ୱରରେ ପହଞ୍ଚିଲେ ନୂଆ ସେନା ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି

Advertisment
ଭୁବନେଶ୍ୱରରେ ପହଞ୍ଚିଲେ ନୂଆ ସେନା ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି

ଭୁବନେଶ୍ବର: ଓଡ଼ିଶାରେ ପହଞ୍ଚିଛନ୍ତି ନୂତନ ଭାବେ ନିଯୁକ୍ତ ହୋଇଥିବା ସେନା ଉପମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ୍ ଚଣ୍ଡୀ ପ୍ରସାଦ ମହାନ୍ତି । ଗତକାଲି ସେନା ଉପମୁଖ୍ୟ ଭାବେ ମନୋନୀତ ହେବା ପରେ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଚଣ୍ଡୀ ପ୍ରସାଦ ମହାନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ୧୨୦ ବାଟାଲିୟନ ପକ୍ଷରୁ ସ୍ୱାଗତ କରାଯାଇଛି । ସେ ସିଧାସଳଖ ୧୨୦ ବାଟାଲିୟନକୁ ଯାଇ ସେଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଥମେ ସେ ବ୍ରହ୍ମପୁର ଗୋଳାବନ୍ଧ ଆର୍ମି ଏଡି କଲେଜକୁ ଯାଇଥିଲେ । ସେଠାରୁ ବାହାରି ସେ ଭୁବନେଶ୍ୱର ପହଞ୍ଚିଛନ୍ତି ।

ଆସନ୍ତାକାଲି ଭୁବନେଶ୍ୱରରେ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି ।ସୈନିକ ସ୍କୁଲରେ ସାମ୍ବାଦିକ ସମ୍ମିଳନୀ କରିବେ ଲେଫନାଣ୍ଟ ଜେନେରାଲ୍ ମହାନ୍ତି । ଜାନୁଆରି ୩୧ରେ ଭାରତୀୟ ସେନାର ୪୨ ତମ ଉପମୁଖ୍ୟ ଭାବେ ଦାୟିତ୍ୱ ନେବେ ସେ । ସେନାରେ ଏପରି ପଦବୀ ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ । ଜଗତସିଂହପୁର ଜିଲ୍ଲା ଜୟବଡ଼ ଗାଁରେ ଲେପ୍ଟନାଣ୍ଟ ଜେନେରାଲ୍ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କ ଘର ।

publive-image The News Insight

ଚଣ୍ଡୀପ୍ରସାଦ ମହାନ୍ତିଙ୍କ ବାପା ଜିତେନ୍ଦ୍ର କିଶୋର ମହାନ୍ତି ଜଣେ ଅବସରପ୍ରାପ୍ତ ସବ୍‌ରେଜିଷ୍ଟ୍ରାର। ମା’ ସାରଦା ମହାନ୍ତି ୩ ବର୍ଷ ପୂର୍ବରୁ ପ୍ରାଣ ହରାଇଛନ୍ତି। ଜିତେନ୍ଦ୍ର ଏବେ କଟକର ଝାଞ୍ଜିରୀମଙ୍ଗଳାରେ ବସବାସ କରୁଛନ୍ତି । ୩ ଭାଇଙ୍କ ମଧ୍ୟରେ ଚଣ୍ଡୀ ପ୍ରସାଦ ମଝିଆ। ତାଙ୍କ ବାଲ୍ୟ ଶିକ୍ଷା ସ୍ଥାନୀୟ ପ୍ରାକ୍ଟିସିଂ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ ହୋଇଥିଲା। ପରେ ସେ ବାଗସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢି ଥିଲେ। ଷଷ୍ଠ ଶ୍ରେଣୀ ପରେ ସେ ଅଲ୍ ଇଣ୍ତିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରି ପରବର୍ତ୍ତୀ ସମୟରେ ରାଷ୍ଟ୍ରୀୟ ଇଣ୍ତିଆନ୍ ମିଲିଟାରି କଲେଜରେ ପଢିଥିଲେ। ସେ ଏନ୍‌ଡିଏ (ନ୍ୟାସନାଲ ଡିଫେନ୍ସ ଏକାଡେମି)ରେ କୃତିତ୍ବ ହାସଲ କରି ଭାରତୀୟ ସେନା ବାହିନୀରେ ଚାକିରି ଜୀବନ ଆରମ୍ଭ କରିଥିଲେ। ସ୍ଥଳସେନାରେ ସେ ଚାକିରି କରିବା ସମୟରେ ପାକିସ୍ତାନ ଓ ଚୀନ୍ ସଂଲଗ୍ନ ସୀମାରେ କାର୍ଯ୍ୟ କରିବାର ବିଶେଷ ଅଭିଜ୍ଞତା ହାସଲ କରିଛନ୍ତି। ଏବେ ସେ ଦକ୍ଷିଣ-ପୂର୍ବ କମାଣ୍ଡରେ ଜେନେରାଲ ଅଫିସର କମାଣ୍ଡିଂ-ଇନ୍‌-ଚିଫ୍‌ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe