ଆତଙ୍କବାଦୀଙ୍କୁ ଦମନ ପାଇଁ ସେନା ଅପରେସନ୍‌ରେ କୌଣସି ପ୍ରକାରର ରାଜନୈତିକ ହସ୍ତକ୍ଷେପ ରହିବ ନାହିଁ: ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌ 

Advertisment
ଚିନ୍ତା କରନି, ନେପାଳ, ଭୁଟାନ ଭାରତ ସହ ସୁସମ୍ପର୍କ ରଖିବାକୁ ବାଧ୍ୟ : ସେନାଧ୍ୟକ୍ଷ

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲେ ମଧ୍ୟ ଆତଙ୍କବାଦୀ ଦମନ ଅପରେସନ୍‌ ଉପରେ ଏହା ଆଦୌ କୌଣସି ପ୍ରକାରର ପ୍ରଭାବ ପକାଇବ ନାହିଁ ବୋଲି ଦେଶର ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌ ଆଜି (ବୁଧବାର) ସ୍ପଷ୍ଟ କରି ଦେଇଛନ୍ତି। ଆଜି ପୂର୍ବାହ୍ନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜମ୍ମୁ- କଶ୍ମୀରରେ ୬ମାସ ପାଇଁ ରାଷ୍ଟ୍ରପତି ଶାସନ ଲାଗୁ କଲାପରେ ଏ ଘୋଷଣା କରିଛନ୍ତି ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌। ଏଥିସହ ଆତଙ୍କବାଦୀଙ୍କୁ ଦମନ ପାଇଁ ସେନା ପକ୍ଷରୁ କରାଯାଉଥିବା ଅପରେସନ୍‌ରେ ମଧ୍ୟ କୌଣସି ପ୍ରକାରର ରାଜନୈତିକ ହସ୍ତକ୍ଷେପ ରହିବ ନାହିଁ ବୋଲି ସୁଦ୍ଧା ଏହି ଅବସରରେ ସ୍ପଷ୍ଟ କରିଛନ୍ତି ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌।

publive-image

ନୂଆଦିଲ୍ଲୀ ଠାରେ ଆଜି ସେନା ମୁଖ୍ୟ ଜେନେରାଲ ରାଓ୍ଵତ୍‌ କହିଛନ୍ତି, ‘ଆମେ ସଂପୂର୍ଣ୍ଣ ମାନବିକତାର ଦୃଷ୍ଟିକୋଣରୁ ରମଜାନ୍‌ ପାଇଁ ଆମ ଆଡ଼ୁ ଅସ୍ତ୍ର ବିରତି ଘୋଷଣା କରିଥିଲୁ। କିନ୍ତୁ ପରିଣାମ କ’ଣ ହେଲା ଆମେ ସମସ୍ତେ ଦେଖିଲୁ। ତେଣୁ, ବର୍ତ୍ତମାନ ଭାରତୀୟ ସେନା ପକ୍ଷରୁ ଆତଙ୍କବାଦୀ ଦମନ ଅପରେସନ୍‌ ପୂରା ଦମ୍‌ରେ ଆଉଥରେ ଆରମ୍ଭ କରାଯିବ। ବର୍ତ୍ତମାନ ଜମ୍ମୁ- କଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲେ ସୁଦ୍ଧା ଆତଙ୍କବାଦୀଙ୍କୁ ଦମନ ପାଇଁ ସେନା ପକ୍ଷରୁ କରାଯାଉଥିବା ଅପରେସନ୍‌ରେ ମଧ୍ୟ କୌଣସି ପ୍ରକାରର ରାଜନୈତିକ ହସ୍ତକ୍ଷେପ ରହିବ ନାହିଁ’ ବୋଲି କହିଛନ୍ତି ସେନାମୁଖ୍ୟ ଜେନେରାଲ ରାଓ୍ଵତ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe