Image Source: Hindustan Times
ନୂଆଦିଲ୍ଲୀ: ଯୁଦ୍ଧକ୍ଷେତ୍ରରେ ବୀରତ୍ୱ ପ୍ରଦର୍ଶନ କରିଥିବା ସେନାବାହିନୀର ପାଞ୍ଚଟି ଲାବ୍ରାଡର୍ କୁକୁରଙ୍କୁ ଶ୍ରେଷ୍ଠ ସମ୍ମାନ ପ୍ରଦାନ କରାଯାଇଥିବା କଥା ସେନା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଜାନୁଆରି ୧୫ ତାରିଖ ସେନା ଦିବସ ଅବସରରେ ଏହି କୁକୁରମାନଙ୍କୁ ‘କମେଣ୍ଡେସନ୍ କାର୍ଡ’ (ପଦକ) ଦିଆଯାଇ ସମ୍ମାନୀତ କରାଯାଇଥିଲା।
ସେ କୁକୁରମାନଙ୍କ ମଧ୍ୟରୁ ଦୁଇଟି ଗତବର୍ଷ ଜମ୍ମୁ ଓ କଶ୍ମୀରରେ ସେନାବାହିନୀକୁ ଦୁଇଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କ ସନ୍ଧାନ ଦେବାରେ ସହାୟତା କରିଥିଲେ। ବାକି ତିନୋଟି କୁକୁର ଦେଶର ଉତ୍ତରପୂର୍ବରେ ମାରାତ୍ମକ ବିସ୍ଫୋରକ ଠାବ କରି ଅନେକଙ୍କ ଜୀବନ ରକ୍ଷା କରିଥିଲେ।
ସେନାବାହିନୀ କୁକୁର ଜେମ୍କୁ ସେନା ମୁଖ୍ୟଙ୍କ ‘କମେଣ୍ଡେସନ୍ କାର୍ଡ’ ପ୍ରଦାନ କରାଯାଇଥିଲା। ଗତ ମେ ମାସରେ ଜଣେ ଆହତ ଆତଙ୍କବାଦୀର ରକ୍ତ ଶୁଙ୍ଘି ସେ ତା’ର ସନ୍ଧାନ କରିଥିଲା।
Representative Image Souce: Imgurରୋସ୍ ନାମକ ଅନ୍ୟ ଏକ ଲାବ୍ରାଡର୍ କୁକୁର ସେହି ମେ ମାସରେ କଶ୍ମୀରର ଏକ ଗାଁରେ କାଠଗଡ଼ ମଧ୍ୟରେ ଆତ୍ମଗୋପନ କରିଥିବା ଗୋଟାଏ ଆତଙ୍କବାଦୀ ପାଖକୁ ନିରାପତ୍ତା ବଳ ଟିମ୍କୁ ବାଟ କଢ଼ାଇ ନେଇଥିଲା। ତାକୁ ନଦର୍ଣ୍ଣ ଆର୍ମି କମାଣ୍ଡର୍ଙ୍କ ‘କମେଣ୍ଡେସନ୍ କାର୍ଡ’ ପ୍ରଦାନ କରାଯାଇଛି।
ଲାଲାମ୍, ମୁସି ଏବଂ ଦାମ୍ବୋ ନାମକ ତିନିଟି ଲାବ୍ରାଡର୍ କୁକୁରଙ୍କୁ ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର୍ଙ୍କ ‘କମେଣ୍ଡେସନ୍ କାର୍ଡ’ ମିଳିଛି। ଗତବର୍ଷ ଜୁଲାଇ ୨୮ ତାରିଖରେ ଲାଲାମ୍ ଆସାମର ବକସା ଜିଲ୍ଲାର ଏକ ଗାଁରେ ବିସ୍ଫୋରକ ଥିବା ଠାବ କରିଥିଲା।
ମଣିପୁରରେ ଇମ୍ଫାଲ୍ ଓ ମୋରେହକୁ ସଂଯୋଗ କରୁଥିବା ୧୦୨ ନମ୍ବର ଜାତୀୟ ରାଜପଥରେ ମୁସି ବିସ୍ଫୋରକ ଠାବ କରିଥିଲା।
ଦାମ୍ବୋ ମଧ୍ୟ ଇମ୍ଫାଲ୍ ନିକଟ ଜାତୀୟ ରାଜପଥରେ ବିସ୍ଫୋରକ ଠାବ କରିଥିଲା।
Follow Us