Image Courtesy of The Times of India
ନୂଆଦିଲ୍ଲୀ: ଚୀନ୍ର ଉତ୍ତର ସୀମାନ୍ତରେ ପ୍ରତିରୋଧ ବ୍ୟବସ୍ଥାସ୍ୱରୂପ ଭାରତୀୟ ସେନାବାହିନୀ ‘ତିବ୍ବତୀୟ ଅଧ୍ୟୟନ’ ପ୍ରତି ଦୃଷ୍ଟି ଦେଇଥିବା ଜଣାପଡ଼ିଛି। ବାସ୍ତବ ନିୟନ୍ତ୍ରଣ ରେଖାର ଉଭୟ ପାର୍ଶ୍ୱରେ ତୀବ୍ବତର ଐତିହାସିକ ଅତୀତ, ପରମ୍ପରା ଏବଂ ଭାଷା ଆଦିକୁ ଅନୁଶୀଳନ କରିବା ଲାଗି ଭାରତୀୟ ସେନା ତା’ର ଅଧିକାରୀମାନଙ୍କୁ ପ୍ରସ୍ତାବ ଦେଇଛି। ଚୀନ୍ର ପ୍ରଚାର ଏବଂ ପ୍ରଭାବକୁ ବିସ୍ତାରକୁ ପ୍ରତିରୋଧ କରିବା ଲାଗି ସେନା ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ସ୍ଥିର କରିଥିବା ଜଣାପଡ଼ିଛି।
ଅକ୍ଟୋବର ମାସରେ ଅନୁଷ୍ଠିତ ‘ସେନା କମାଣ୍ଡର୍ଙ୍କ ସମ୍ମିଳନୀ’ରେ ପ୍ରଥମେ ‘ତିବ୍ବତୀୟ ଅଧ୍ୟୟନ’ ପ୍ରସ୍ତାବ ପଡ଼ିଥିଲା। ସେନାମୁଖ୍ୟ ଜେନେରାଲ୍ ଏମ୍ ଏମ୍ ନରବଣେଙ୍କ ନିର୍ଦେଶରେ ଏହି ପ୍ରସ୍ତାବକୁ ଶିମ୍ଲାସ୍ଥିତି ‘ଆର୍ମି ଟ୍ରେନିଙ୍ଗ୍ କମାଣ୍ଡ୍’ରେ (ଏଆର୍ଟିଆର୍ଏସି) ଅଧିକ ଅନୁଶୀଳନ କରାଯାଉଛି।
‘ତିବ୍ବତୀୟ ଅଧ୍ୟୟନ’ରେ ସ୍ନାତକୋତ୍ତର କାର୍ଯ୍ୟକ୍ରମ ଯୋଗାଇଦେବା ନିମନ୍ତେ ‘ଏଆର୍ଟିଆର୍ଏସି’ ୭ଟି ପ୍ରତିଷ୍ଠାନ ଚିହ୍ନଟ କରିଛି। ସେଥିଲାଗି ସେନାର ଅଧିକାରୀମାନଙ୍କୁ ‘ଷ୍ଟଡି-ଲିଭ୍’ ଦିଆଯିବ। ‘ତିବ୍ବତୀୟ ଅଧ୍ୟୟନ’ରେ ସଂକ୍ଷିପ୍ତ ପାଠ୍ୟକ୍ରମ ନିମନ୍ତେ ମଧ୍ୟ ସେନା ଅଧିକାରୀମାନଙ୍କୁ ଉକ୍ତ ପ୍ରତିଷ୍ଠାନମାନଙ୍କୁ ପଠାଯିବା ଖୁବ୍ ସାହାଯ୍ୟକାରୀ ହେବ।
Image Courtesy of IDRWଏହି ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ରହିଛି, ‘ଦିଲ୍ଲୀ ବିଶ୍ୱବିଦ୍ୟାଳୟର ‘ବୌଦ୍ଧବାଦ ଅଧ୍ୟୟନ ବିଭାଗ’, ବାରାଣସୀସ୍ଥିତ ‘ସେଣ୍ଟ୍ରାଲ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ହାଇଅର୍ ଷ୍ଟଡିଜ୍’, ବିହାରସ୍ଥିତ ‘ନବ ନାଳନ୍ଦା ମହାବିହାର’, ପଶ୍ଚିମବଙ୍ଗର ‘ବିଶ୍ୱ ଭାରତୀ’, ବେଙ୍ଗାଲୁରୁସ୍ଥିତି ‘ଦଲାଇ ଲାମା ଇନ୍ଷ୍ଟିଚ୍ୟୁଟ୍ ଫର୍ ହାଇଅର୍ ଏଜୁକେସନ୍’, ଗ୍ୟାଙ୍ଗ୍ଟକ୍ସ୍ଥିତ ‘ନାମ୍ଗିୟାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ତିବେତୋଲୋଜି’ ଏବଂ ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ଦାହୁଙ୍ଗସ୍ଥିତ ‘ସେଣ୍ଟ୍ରାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହିମାଲୟାନ୍ କଲ୍ଚର୍ ଷ୍ଟଡିଜ୍’।
ଜଣେ ସେନା ଅଧିକାରୀ କହିଛନ୍ତି, ସାଧାରଣତଃ ସେନା ଅଧିକାରୀମାନେ ପାକିସ୍ତାନ ବିଷୟରେ ଅଭିଜ୍ଞ। କିନ୍ତୁ, ସେମାନଙ୍କର ଚୀନ୍ ଏବଂ ଚୀନ୍ ମନସ୍ତତ୍ତ୍ୱ ସମ୍ବନ୍ଧରେ ସେଭଳି ପାରଦର୍ଶିତା ନାହିଁ। ଚୀନ୍ ଭାଷା ବୁଝିପାରୁଥିବା ଅଧିକାରୀଙ୍କ ସଂଖ୍ୟ ଖୁବ୍ ନଗଣ୍ୟ। ତିବ୍ଦତୀୟ ଭାଷାଜ୍ଞାନ ଥିବା ଅଧିକାରୀଙ୍କ ସଂଖ୍ୟା ଆହୁରି ତୁଚ୍ଛ। ଏହି ଅଭାବବୋଧ ଦୂର ହେବା ଆବଶ୍ୟକ।
Follow Us