Image Courtesy of India Today
ଜମ୍ମୁ: ଗରୁବାର ରାତିରେ ପୁଞ୍ଚ୍ ଅନ୍ତର୍ଗତ ଭିମ୍ବର ଗଲି ଅଞ୍ଚଳରେ ଥିବା ବାସ୍ତବ ନିୟନ୍ତ୍ରଣ ରେଖାରେ ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କରିବା ବେଳେ ଭାରତୀୟ ସେନାର ଯବାନମାନେ ଜଣେ ଆତଙ୍କବାଦୀକୁ ହତ୍ୟା କରିଛନ୍ତି।
ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଖବର ପାଇବାକ୍ଷଣି ସେନାବାହିନୀର ଯବାନମାନେ ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କରିବା ସହ ଉକ୍ତ ଆତଙ୍କବାଦୀକୁ ନିପାତ କରିଥିଲେ।
ଘଟଣାସ୍ଥଳରୁ ନିହତ ଆତଙ୍କବାଦୀର ଶବ ଏବଂ ତା’ ପାଖରେ ଥିବା ଅସ୍ତ୍ରଶସ୍ତ୍ର ଏବଂ ଆଗ୍ନେୟାସ୍ତ୍ର ଉଦ୍ଧାର କରାଯାଇଛି। ଏବେ ମଧ୍ୟ ସେଠାରେ ଅଭିଯାନ ଚାଲୁ ରହିଛି।
Image Courtesy of ANIଜମ୍ମୁ ଲୋକସମ୍ପର୍କ ଅଧିକାରୀ କହିଛନ୍ତି, ୨୦୨୧ ନଭେମ୍ବର ୨୫ ତାରିଖ ରାତିରେ ଭିମ୍ବର ଗଲି ସେକ୍ଟର୍ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନୀ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ସଜାଗ ଥିବା ଭାରତୀୟ ସେନା ସଫଳତାର ସହ ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କରିବା ସହ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି।
ଘଟଣା ସଂକ୍ରାନ୍ତରେ ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି।
Follow Us