ଡୋକ୍‌ଲାମରେ ଚୀନ୍‌ର ସେନା ମୁତୟନ ବଢ଼ିଲା

ଡୋକ୍‌ଲାମରେ ଚୀନ୍‌ର ସେନା ମୁତୟନ ବଢ଼ିଲା

Image Courtesy of Inkhabar

ନୂଆଦିଲ୍ଲୀ: ଡୋକ୍‌ଲାମ ସୀମାରେ ଚୀନ୍‌ ଏହାର ସାମରିକ କାର୍ଯ୍ୟକଳାପ ପ୍ରକ୍ରିୟା ବୃଦ୍ଧି କରିଚାଲିଥିଲେ ହେଁ ଭାରତ ପକ୍ଷରୁ ଏହାକୁ ନେଇ କୌଣସି ଚିନ୍ତା ପ୍ରକଟ କରାଯାଉ ନାହିଁ। ଏମିତି କି ଆମେରିକା ପକ୍ଷରୁ ଏ ନେଇ ସ୍ପଷ୍ଟ ସୂଚନା ଦିଆଯାଇଥିବା ବେଳେ ଭାରତ ଏହାକୁ ଖଣ୍ଡନ କରିଛି। ଇତିମଧ୍ୟରେ ଚୀନ୍‌ର ପିପୁଲ୍ସ ଲିବରେସନ୍‌ ଆର୍ମି (ପିଏଲ୍‌ଏ) ଡୋକ୍‌ଲାମରେ ଅଧିକ ସେନା ମୁତୟନ କରୁଥିବା ଖବର ମିଳିଛି। ଡୋକ୍‌ଲାମ ଅଞ୍ଚଳରେ ଚୀନ୍‌ ଏହାର ଉପସ୍ଥିତିକୁ ଶକ୍ତିଶାଳୀ କରିବା ସକାଶେ ଏଭଳି ପଦକ୍ଷେପ ନେଉଥିବା କୁହାଯାଉଛି। କିନ୍ତୁ ଭାରତୀୟ ସେନା ଏ ଖବରକୁ ମଧ୍ୟ ଗୁରୁତ୍ୱର ସହ ନେଇନାହିଁ। ବରଂ ଏହା ପିଏଲ୍‌ଏର ଏକ ନିୟମିତ ପ୍ରକ୍ରିୟା ବୋଲି ସେନା ସଫେଇ ଦେଇଛି। ଉଲ୍ଲେଖଥାଉ କି ଗତବର୍ଷ ୭୩ ଦିନ ଧରି ଉଭୟ ରାଷ୍ଟ୍ରର ସେନା ଡୋକ୍‌ଲାମ ସୀମାରେ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଏତେଦିନ ଧରି ଛକାପଞ୍ଝା ପରିସ୍ଥିତି ଉପୁଜିଥିଲା। କେଉଁ ମୁହୂର୍ତ୍ତରେ ଯୁଦ୍ଧ ହେବା ନେଇ ଆଶଙ୍କା ବି ଦେଖାଦେଇଥିଲା। ଏବେ ଚୀନ୍‌ ଏହାର ସାମରିକ କାର୍ଯ୍ୟକଳାପ ଜାରି ରଖିଥିଲେ ହେଁ ଭାରତ ପକ୍ଷରୁ ଏହାର ମୁକାବିଲା ଲାଗି କୌଣସି ପ୍ରକାର ଉଦ୍ୟମ କରାଯାଇ ନାହିଁ। ଅନ୍ୟପକ୍ଷରେ ଏଭଳି ଘଟଣାକୁ ଏହା ଖଣ୍ଡନ କରିବା ଅନେକଙ୍କୁ ଚିନ୍ତାରେ ପକାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe