କାବୁଲ: ଆଫଗାନିସ୍ତାନର ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏଥିରେ ଥିବା ସମସ୍ତ ୨୫ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ କିଛି ବରିଷ୍ଠ ଅଧିକାରୀ ଥିବା ଜଣାପଡ଼ିଛି। ପଶ୍ଚିମ ଫରାହ ପ୍ରଦେଶର ରାଜ୍ୟପାଳଙ୍କ ମୁଖପାତ୍ର ନାସେର୍ ମେହରି କହିଛନ୍ତି, ବୁଧବାର ଦୁଇଟି ସେନା ହେଲିକପ୍ଟର ହେରାଟ ପ୍ରଦେଶ ଅଭିମୁଖେ ଆସୁଥିଲେ। କିନ୍ତୁ ଗୋଟିଏ ହେଲିକପ୍ଟର ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟରରେ ଥିବା ସମସ୍ତ ୨୫ ଜଣ ପ୍ରାଣ ହରାଇଥିବା ବେଳେ ଏମାନଙ୍କ ମଧ୍ୟରେ ସେନାର ଡେପୁଟି କମାଣ୍ଡର ରହିଛନ୍ତି। ଖରାପ ପାଗ ଯୋଗୁ ଏଭଳି ଦୁର୍ଘଟଣା ଘଟିଛି।
ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ବରିଷ୍ଠ ଅଧିକାରୀଙ୍କ ସମେତ ୨୫ ମୃତ
Advertisment
Follow Us