ପାକ୍‌ ସୀମାନ୍ତବର୍ତ୍ତୀ ପଞ୍ଜାବର ପଶ୍ଚିମ ସୀମାରେ ସେନା ଓ ବାୟୁସେନାର ଜୋରଦାର ମିଳିତ ସମରାଭ୍ୟାସ

ପାକ୍‌ ସୀମାନ୍ତବର୍ତ୍ତୀ ପଞ୍ଜାବର ପଶ୍ଚିମ ସୀମାରେ ସେନା ଓ ବାୟୁସେନାର ଜୋରଦାର ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ: ପଞ୍ଜାବରେ ସେନାର ଅମ୍ବାଲାସ୍ଥିତ ଖାରଗା କର୍ପସର ବିଭିନ୍ନ ୟୁନିଟ୍‌ ଓ ଭାରତୀୟ ବାୟୁସେନା (ଆଇଏଏଫ୍‌) ପକ୍ଷରୁ ମିଳିତ ଭାବେ ୧୫ ଦିନ ବ୍ୟାପି ଏକ ବଡ଼ ଧରଣର ପ୍ରଶିକ୍ଷଣ ତଥା ସମରାଭ୍ୟାସ କରାଯାଇଥିଲା ବୋଲି ଭାରତୀୟ ସେନା ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଜାରି ଏକ ବିବୃତିରେ କୁହାଯାଇଛି। ଏହି ସମରାଭ୍ୟାସ ପଞ୍ଜାବର ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ କରାଯାଇଥିଲା।

ଏହି ପ୍ରଶିକ୍ଷଣ ତଥା ସମରାଭ୍ୟାସ କାଳରେ ଗ୍ରାଉଣ୍ଡ ଫୋର୍ସ ସହାୟତାରେ ଆଟାକ୍‌ ହେଲିକପ୍ଟଟର ମୁତୟନ କରିବା, ଶତ୍ରୁପକ୍ଷର ପ୍ରତିବନ୍ଧକ ପ୍ରଣାଳୀରେ ଅପରେସନ କରିବା, ହାଇ-ଟେକ୍‌ ଡ୍ରୋନ୍‌କୁ ବ୍ୟବହାର କରିବା, ଶତ୍ରୁପକ୍ଷର ପ୍ରତିବନ୍ଧକ ଘେରରେ ଲଢ଼େଇ କରିବା, ସେନା ଦ୍ୱାରା ଶତ୍ରୁ ଅଞ୍ଚଳରେ ନିରନ୍ତର ଅପରେସନ୍‌ ଜାରି ରଖିବା ଆଦି ମିଳିତ ସମରାଭ୍ୟାସ କାଳରେ କରାଯୋଇଥିଲା। ଏଥିସହ ହେଲିବୋର୍ଣ୍ଣ ଅପରେସନ୍‌ ଭଳି ଅତ୍ୟାଧୁନିକ ଅପରେସନ୍‌ ସଂପର୍କରେ ଏହି ୟୁନିଟ୍‌ଗୁଡ଼ିକୁ ପ୍ରଶିକ୍ଷଣ ଦିଆଯାଇଥିଲା।

ମେ’ ୧୧ ରୁ ୨୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଅନୁଷ୍ଠିତ ଏହି ସମରାଭ୍ୟାସରେ ଭାରତୀୟ ବାୟୁସେନା (ଆଇଏଏଫ୍‌) ସହ ପଶ୍ଚିମ ସୀମାରେ ଥିବା ଶତ୍ରୁ ଅଞ୍ଚଳରେ ଅପରେସନ୍‌ ପାଇଁ ମିଳିତ ପ୍ରଶିକ୍ଷଣ କରାଯାଇଥିଲା। ଏଥିସହ ଶତ୍ରୁ ପକ୍ଷର ସୀମା ରେଖା ପଛକୁ ମୁତୟନ ରହୁଥିବା ସ୍ୱତନ୍ତ୍ର ବାହିନୀ ଏବଂ ବାୟୁସେନା ଦ୍ୱାରା ଯୁଦ୍ଧ କ୍ଷେତ୍ରରେ ଏୟାର ଷ୍ଟ୍ରାଇକ୍‌ ଆଦି ବିଷୟ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିଥିଲା।

ଏହି ସମରାଭ୍ୟାସ ଓ ପ୍ରଶିକ୍ଷଣ ଅନେକ ଗୁରୁତ୍ୱପୂର୍ଣ୍ଣ ପରିଚାଳନା ଦିଗକୁ ପ୍ରମାଣିତ କରିବାରେ ସଫଳ ହୋଇଥିଲା ଏବଂ ସେନା ବାହିନୀକୁ ମୂଲ୍ୟବାନ ଶିକ୍ଷା ଦେବା ସହିତ ପଶ୍ଚିମ ମୋର୍ଚ୍ଚାରେ ଆମ ସେନା ପାଇଁ ଏକ ଉଚ୍ଚସ୍ତରର ଅପରେସନ ପ୍ରସ୍ତୁତିକୁ ସୁଦୃଢ଼ କରିଥିଲା ବୋଲି ଭାରତୀୟ ସେନା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe