ଜମ୍ମୁ ଓ କଶ୍ମୀର: ପୁଞ୍ଚ୍‌ରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ସେନା ଯବାନ ଓ ୨ ପୁଲିସ ଆହତ

ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ଶୋପିଆଁରେ ଜଣେ ସାଧାରଣ ନାଗରିକ ନିହତ

ଦୁଇ ମାସ ହେଲା ଖାଲି ରହିଛି ସିଡିଏସ ପଦ, ମିଲିଟାରୀ ଥିଏଟର କମାଣ୍ଡ ଗଠନ ପ୍ରଭାବିତ

Image Courtesy of India Today

ପୁଞ୍ଚ୍‌: ଆଜି ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ଆତଙ୍କବାଦୀମାନଙ୍କ ସହ ସଦ୍ୟ ଗୁଳି ବିନିମୟ କରି ସେନାର ଜଣେ ଯବାନ ଏବଂ ଦୁଇଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

ଏଇମାତ୍ର ପ୍ରାପ୍ତ ଅନ୍ୟ ଏକ ସୂଚନା ଅନୁସାରେ, ଆଜି ଶୋପିଆଁର ଜୈନ୍‌ପଡ଼ା ଅଞ୍ଚଳର ବାବାପଡ଼ାରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିଚୋଟରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି।

ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁସାରେ, ଜାରି ରହିଥିବା ଏକ ମିଳିତ ତଲାସ ଅଭିଯାନ ସମୟରେ ଆତଙ୍କବାଦୀଙ୍କ ଆତ୍ମଗୋପନସ୍ଥଳୀ ଚିହ୍ନଟ କରିବା ଲାଗି ଅଟକ ଥିବା ଜିଆ ମୁସ୍ତଫା ନାମକ ଲଶ୍କର-ଏ-ତୈବାର ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଭଟ ଦୁରିଆଁକୁ ନିଆଯାଇଥିଲା। ଉପରୋକ୍ତ ତଲାସ ଅଭିଯାନରେ ସେନାର ୩ଜଣ ଯବାନ ଏବଂ ଜଣେ ‘ଜୁନିୟର୍‌ କମିସନ୍‌ଡ୍‌ ଅଫିସର୍‌’ ସହିଦ ହୋଇଥିଲେ।

publive-image Image Courtesy of DNA India

ଅଧିକାରୀଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ତଲାସ ସମୟରେ ତଲାସକାରୀ ଦଳ ଆତଙ୍କବାଦୀମାନଙ୍କ ଆତ୍ମଗୋପନସ୍ଥଳ ନିକଟରେ ପହଞ୍ଚି ଯିବାରୁ ଆତଙ୍କବାଦୀମାନେ ପୁଲିସ ଓ ସେନା କର୍ମଚାରୀଙ୍କ ମିଳିତ ଦଳ ଉପରକୁ ପୁନଶ୍ଚ ଗୁଳି ଚଳାଇଥିଲେ। ଫଳତଃ, ଜଣେ ସେନା ଯବାନ ଓ ଦୁଇଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲା। ଗୁଳିକାଣ୍ଡରେ ଜିଆ ମୁସ୍ତାଫା ମଧ୍ୟ ଆହତ ହୋଇଛନ୍ତି। ଭୀଷଣ ଗୁଳିବର୍ଷଣ ଯୋଗୁଁ ତାଙ୍କୁ ମଧ୍ୟ ଘଟଣାସ୍ଥଳରୁ ସ୍ଥାନାନ୍ତରଣ କରାଯାଉନାହିଁ।

ଆହତ ପ୍ରତିରକ୍ଷା କର୍ମଚାରୀମାନେ ନିକଟବର୍ତ୍ତୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ଘଟଣାସ୍ଥଳରେ ଏବେ ମଧ୍ୟ ଅଭିଯାନ ଜାରି ରହିଛି।

ସୂଚନାଯୋଗ୍ୟ, ଆତଙ୍କବାଦୀମାନଙ୍କୁ ଦମନ କରିବା ପାଇଁ ଗତ ୧୪ ଦିନ ହେବ ସମ୍ପୃକ୍ତ ଅଞ୍ଚଳରେ ଅଭିଯାନ ଚାଲୁ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe