ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତୀୟ ଯବାନ ସହିଦ

Advertisment
ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତୀୟ ଯବାନ ସହିଦ

indiatoday

ନୂଆଦିଲ୍ଲୀ: ପୁଣି ଥରେ ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରିଛି ପାକିସ୍ତାନ। ଗୁରୁବାର ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରାଯାଇଥିବାରୁ ଭାରତର ଜଣେ ଯବାନ ସହିଦ ହୋଇଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଏହି ଘଟଣା ଘଟିଥିବା ବେଳେ ସହିଦ ହୋଇଥିବା ଯବାନ ଜଣକ ହାବିଲଦାର୍ ନିର୍ମଲ ସିଂହ ବୋଲି ଜଣାପଡ଼ିଛି।

publive-image indiatoday

ଏକ ବିବୃତିରେ ଭାରତୀୟ ସେନା କହିଛି ଯେ, ଜାନୁଆରି ୨୧ରେ ପୁଞ୍ଚ ଜିଲ୍ଲାର କୃଷ୍ଣ ଘାଟି ସେକ୍ଟରରେ ଥିବା ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସେନା ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରିଥିଲା । ପାକ୍ ପଟୁ ଗୁଳି ଚାଳନା ଆରମ୍ଭ ହେବାରୁ ଭାରତୀୟ ସେନା ତୁରନ୍ତ ଏହାର ଜବାବ ଦେବା ଆରମ୍ଭ କରିଥିଲେ। ଏହି ଘଟଣାରେ ହାବିଲଦାର ନିର୍ମଲ ସିଂହ ଗୁରୁତର ଆହତ ହୋଇଥିଲେ ଏବଂ ପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସହିଦ ନିର୍ମଲ ସିଂ ଜଣେ ସାହସୀ ଏବଂ ଜଣେ ସଚ୍ଚୋଟ ଯବାନ ଥିଲେ। ତାଙ୍କର ବଳିଦାନ ଏବଂ କର୍ତ୍ତବ୍ୟ ନିଷ୍ଠା ଦେଶ ସର୍ବଦା ତାଙ୍କ ନିକଟରେ ଋଣୀ ହୋଇ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe