ସପ୍ତାଏ ଭିତରେ ୩ ଥର ଅସ୍ତ୍ର ବିରତି ଉଲ୍ଲଂଘନରେ ୩ ଯବାନ ସହିଦ

Advertisment
ସପ୍ତାଏ ଭିତରେ ୩ ଥର ଅସ୍ତ୍ର ବିରତି ଉଲ୍ଲଂଘନରେ ୩ ଯବାନ ସହିଦ

ରାଜୌରୀ: ରାଜୌରୀର ନାଓସେରା ସେକ୍ଟରର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ଅନ୍ତ୍ର ବିରତି ଉଲ୍ଲଂଘନ କରିବାରୁ ଶୁକ୍ରବାର ସେନାର ଜଣେ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ଜଣକ ହେଉଛନ୍ତି ନାୟକ ରାଜୀବ ଥାପ୍ପା । ତାଙ୍କ ଘର ପଶ୍ଚିମବଙ୍ଗରର ଜଲପାଇଗୁଡ଼ି ଜିଲ୍ଲାର ମେକ୍‌ପାରା ଗ୍ରାମରେ।  ରାଜୀବଙ୍କ ଘରେ ତାଙ୍କ ପତ୍ନୀ ଖୁସ୍‌ବୁ ଥାପ୍ପା ଅଛନ୍ତି।

‘ସେ ଜଣେ ସାହସୀ, ଉତ୍ସର୍ଗୀକୃତ ଓ କର୍ତ୍ତବ୍ୟନିଷ୍ଠ ଯବାନ ଥିଲେ। ନିଜ କର୍ତ୍ତବ୍ୟ ପାଳନ କରିବା ବେଳେ ସେ ଯେଉଁ ଭଳି ଭାବେ ଦେଶ ପାଇଁ ନିଜର ସବୁ କିଛି ତ୍ୟାଗ କରି ପକାଉଥିଲେ ତାହା ସଦା ମନେ ରହିବ’ ବୋଲି ଭାରତୀୟ ସେନାର ମୁଖପାତ୍ର କହିଛନ୍ତି। ତେବେ ଗୁଳି ଚାଳନାରେ ପାକିସ୍ତାନର ଅଧିକ କ୍ଷତି ହୋଇଛି  ପାକିସ୍ତାନ ଯବାନମାନେ ନିଜ ନିଜର ଗୁଳିରେ ନିହତ ଓ ଆହତ ହୋଇଛନ୍ତି ବୋଲି ସୂଚନା ରହିଛି।

ଅଗଷ୍ଟ ୧୭ ତାରିଖ ଭିତରେ ଏପରି ତୃତୀୟ ଥର ପାଇଁ ଘଟିଛି । ଅଗଷ୍ଟ ୨୦ ତାରିଖରେ କ୍ରିଷ୍ଣାଘାଟୀଠାରେ ହୋଇଥିବା ଅସ୍ତ୍ର ବିରତି ଉଲ୍ଳଂଘନରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅଗଷ୍ଟ ୧୭ ତାରିଖରେ ରାଜୌରୀଠାରେ ଜଣେ ସହିଦ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe