ଜମ୍ମୁ ଓ କଶ୍ମୀର: ଭାରତୀୟ ଜବାନଙ୍କ ଗୁଳିରେ ୭ ପକିସ୍ତାନୀ ସୈନିକ ନିହତ ଓ ୪ ଆହତ

Advertisment
ଜମ୍ମୁ ଓ କଶ୍ମୀର: ଭାରତୀୟ ଜବାନଙ୍କ ଗୁଳିରେ ୭ ପକିସ୍ତାନୀ ସୈନିକ ନିହତ ଓ ୪ ଆହତ

Image Courtesy of TOI

ଜମ୍ମୁ: ଆଜି ସକାଳେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ପୁଞ୍ଚ୍‌ ଜିଲ୍ଲାସ୍ଥିତ ନିୟନ୍ତ୍ରଣ ରେଖା ଠାରେ ଭାରତୀୟ ସେନା ଏକ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣପୂର୍ବକ ୭ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିବା ସହ ଗୁଳି ଚୋଟରେ ଅନ୍ୟ ଚାରି ଜଣ ପାକିସ୍ତାନୀ ସୈନିକଙ୍କୁ ଆହତ କରିଛନ୍ତି। ପଡ଼ୋଶୀ ସେନା ନିୟମିତ ଆତଙ୍କବାଦୀମାନଙ୍କୁ ଭାରତରେ ପ୍ରବେଶ କରାଇବାକୁ ସହାୟତା କରୁଥିବାରୁ ଏ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି।

କୋଟିଲ୍‌ ସେକ୍ଟର୍‌ର ଜାନ୍ଦ୍ରୋତ ଠାରେ ଥିବା ନିୟନ୍ତ୍ରଣ ରେଖା ଠାରେ ଚାରିଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି ବୋଲି ପାକିସ୍ତାନୀ ସେନା ମଧ୍ୟ ନିଜର ବିବୃତିରେ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe