Advertisment

ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ କ୍ୟାମ୍ପ୍‌ ଉପରେ ସେନାବାହିନୀର ଆକ୍ରମଣ: ୧୦/୧୫ ଜଣ ଆତଙ୍କବାଦୀ ନିହତ

Advertisment
ଜମ୍ମୁକାଶ୍ମୀରର ପୁଲୱାମାରେ ସେନାର ଗୁଳିମାଡରେ ୨ ଆତଙ୍କବାଦୀ ନିହତ

Representative Image Source: Zee News

ନୂଆଦିଲ୍ଲୀ: ତଙ୍ଗଧର ସେକ୍ଟର୍‌ର ବିପରୀତ ପାର୍ଶ୍ୱରେ ଅବସ୍ଥିତ ପାକିସ୍ତାନ ଅଧିକୃତ କଶ୍ମୀର ମଧ୍ୟରେ ଥିବା ଆତଙ୍କବାଦୀ କ୍ୟାମ୍ପ୍‌ଗୁଡ଼ିକ ଉପରେ ରବିବାର ଦିନ ଭାରତୀୟ ସୈନ୍ୟବାହିନୀ ଆକ୍ରମଣ ଆରମ୍ଭ କରିଛି। ଆକ୍ରମଣରେ ପାକିସ୍ତାନ ପଟେ ବହୁ କ୍ଷୟକ୍ଷତି ହୋଇଥିବା କୁହାଯାଉଛି।

ଭାରତୀୟ ଅଞ୍ଚଳ ମଧ୍ୟକୁ ଆତଙ୍କବାଦୀମାନଙ୍କୁ ପ୍ରେରଣ କରିବାକୁ ପାକସ୍ତାନ ସେନା ଦେଉଥିବା ସହାୟତାର ପ୍ରତିଶୋଧ ଭାବେ ଏହି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।

ପାକ୍‌ ଅଧିକୃତ କଶ୍ମୀରର ନୀଲମ୍‌ ଘାଟରେ ଚାଲିଥିବା ଏହି ଆକ୍ରମଣରେ ଭାରତୀୟ ସେନାବାହିନୀ ତୋପ ବ୍ୟବହାର କରୁଛି।

publive-image Representative Image

ଖବର ଅନୁସାରେ, ଅନ୍ୟୂନ ୧୦/୧୫ ଜଣ ଆତଙ୍କବାଦୀ ଏହି ଆକ୍ରମଣରେ ନିହତ ହୋଇଥିବା ବିଶ୍ୱାସ କରାଯାଉଛି। କିନ୍ତୁ, ଭାରତୀୟ ସେନାବାହିନୀ ଏ ସଂକ୍ରାନ୍ତରେ ଆନୁଷ୍ଠାନିକ ଭାବେ ଘୋଷଣା କରି ନାହିଁ।

ସେନାବାହିନୀ ଖବର ଅନୁସାରେ, ଏହି ଆକ୍ରମଣରେ ଅନ୍ୟୂନ ଚାରିଟି ଆତଙ୍କବାଦୀ ଲଞ୍ଚ୍‌ ପ୍ୟାଡ୍‌ ଧ୍ୱଂସ ପାଇଛି। ଚାରି ପାଞ୍ଚଜଣ ପାକିସ୍ତାନୀ ସୈନିକ ଏବଂ ଜୈଶ୍‌-ଏ-ମହମ୍ମଦ ଏବଂ ଲଶ୍କର୍‌-ଏ-ତୈବାର ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe