Representational image
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ନେସନାଲ୍ ପିପୁଲ୍ ପାର୍ଟି(ଏନ୍ପିପି) ବିଧ୍ୟାୟକଙ୍କ ହତ୍ୟାକାରୀକୁ ଧରିବା ପାଇଁ ରାଜ୍ୟର ଟିରାପ, ଲଙ୍ଗଡିଙ୍ଗ୍, ଛାଙ୍ଗଲାଣ୍ଡ୍ ଜିଲ୍ଲାରେ ଭାରତୀୟ ସେନା ପକ୍ଷରୁ ସର୍ଚ ଅପରେସନ ଜାରି ହୋଇଛି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବାହାରକୁ ବାହାରି ଯିବା ପାଇଁ ଥିବା ସମସ୍ତ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ନାଗାଲାଣ୍ଡ୍-ଅରୁଣାଚଳପ୍ରଦେଶ ସୀମାରେ ପୁଲିସ୍ ପକ୍ଷରୁ ସୁରକ୍ଷା ଯାଞ୍ଚ୍ ଆରମ୍ଭ ହୋଇଛି। ଏହି ଅପରେସନ ପାଇଁ ସ୍ପେସିଆଲ୍ ଫୋର୍ସର ଯବାନଙ୍କ ପରି ଅନ୍ୟ ଅତିରିକ୍ତ ବଳକୁ ମଧ୍ୟ ନିୟୋଜିତ କରାଯାଇଛି।
ଏହି ଅପରେସନରେ ସେନା ପକ୍ଷରୁ ସ୍ୱତନ୍ତ୍ର ରାତ୍ର ଉପଯୋଗୀ ହେଲିକପ୍ଟର ନିୟୋଜିତ କରାଯାଇଛି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ଆକ୍ରମଣରେ ନିହତ ହୋଇଥିବା ବିଧାୟକଙ୍କ ହତ୍ୟାକାରୀଙ୍କୁ ପୁଲିସ୍, ପ୍ରଶାସନ ଅଧିକାରୀ ଓ ଗୁଇନ୍ଦା ସଂସ୍ଥା ସହ ମିଳିତ ଭାବେ ଭାରତୀୟ ସେନା ଏହି ଅପରେସନ୍ ଜାରି କରିଛି।
ଉଲ୍ଲେଖଯୋଗ୍ୟ, ଆତଙ୍କବାଦୀ ଆକ୍ରମଣରେ ଅରୁଣାଚଳ ବିଧାୟକ ସମେତ ୧୧ ଜଣଙ୍କ ଜୀବନ ଯାଇଛି।
Follow Us