Image Courtesy of Hindustan Times
ନୂଆଦିଲ୍ଲୀ: ପଦାତିକ ବାହିନୀକୁ ଅଧିକ ସୁଦୃଢ଼ କରିବାକୁ ଭାରତୀୟ ସେନା ଯୁକ୍ତରାଷ୍ଟ୍ର ଆମେରିକାରୁ ହାତରେ ନିକ୍ଷେପ କରି ହେଉଥିବା ରିମୋଟ୍ କଣ୍ଟ୍ରୋଲ୍ ଦ୍ବାରା ଚାଳିତ ଡ୍ରୋନ୍ ‘ରାଭେନ୍’ ଏବଂ ଅତ୍ୟାଧୁନିକ ‘ଇସ୍ରାଏଲି ସ୍ପାଇକ୍ ଫାୟାର୍ଫ୍ଲାଇ’ ଆଣିବାକୁ ଯୋଜନା କରିଛି।
ବିଶେଷସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଭାରତୀୟ ସେନା ୨୦୦ଟି ‘ଆର୍କ୍ୟୁ-୧୧ ୟୁଏଭି’ କିଣିବାକୁ ବାହାରିଛି। ଏହି ଡ୍ରୋନ୍ ୫୦୦ ଫୁଟ୍ ଉଚ୍ଚତାରେ ଘଣ୍ଟାପ୍ରତି ୯୫ କିଲୋମିଟର୍ ବେଗରେ ୧୦ କିଲୋମିଟର୍ ପର୍ଯ୍ୟନ୍ତ ଉଡ଼ିପାରିବ। ଫଳରେ ପଦାତିକ ବାହିନୀ ଆଗରେ ଥିବା ଶତ୍ରୁର ରଣନୀତି ସମ୍ବନ୍ଧରେ ସୂଚନା ପାଇ ପାରିବେ।
Image Courtesy of Defence News of Indiaଏହି ଉଡ଼ନ୍ତା ଅସ୍ତ୍ରଗୁଡ଼ିକ ପଇନ୍ତରା ମାରି ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳ ଚିହ୍ନଟ କରିବାର ସାମର୍ଥ୍ୟ ରହିଛି। ସମ୍ପୃକ୍ତ ଲକ୍ଷ୍ୟସ୍ଥଳ ଏହାର କ୍ଷମତା ପରିସର ବାହାରେ ଥିବା କଥା ଜଣାପଡ଼ିଲେ, ଏହାକୁ ପୁଣି ନିକ୍ଷେପଣ ହୋଇଥିବା ସ୍ଥାନକୁ ଫେରାଇ ଅଣାଯାଇ ପାରିବ।
ଏଠାରେ ପ୍ରକାଶଯୋଗ୍ୟ କି, ସେନା ପଦାତିକ ବାହିନୀ ମଜଭୁତ କରିବାକୁ ଉଦ୍ୟମ କରୁଥିବା ବେଳେ ବାୟୁସେନାକୁ ମଧ୍ୟ ଏ ମାସରେ ପ୍ୟାରିସ୍ରୁ ପାଞ୍ଚଟି ରାଫେଲ୍ ମଲ୍ଟି-ରୋଲ୍ ଫାଇଟର୍ ଜେଟ୍ ଆସିବ।
Follow Us