File Photo Courtesy of HT
ଶ୍ରୀନଗର: ଜମ୍ମୁ ଏବଂ କଶ୍ମୀରର ବଡଗାମ ଜିଲ୍ଲାରେ ରବିବାର ରାତିରେ ପାଟ୍ରୋଲିଙ୍ଗ୍ ପାର୍ଟିକୁ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ଜଣେ ସେନା ଅଧିକାରୀ ସହିଦ ହୋଇଛନ୍ତି ବୋଲି ସୋମବାର ଦିନ ଅଧିକାରୀମାନେ କହିଛନ୍ତି।
ବୀର୍ଓ୍ଵା ଅନ୍ତର୍ଗତ ଦ୍ରାଙ୍ଗ୍ ଅଞ୍ଚଳରେ ହୋଇଥିବା ଏନ୍କାଉଣ୍ଟର୍ରେ ସହିଦ ହୋଇଥିବା ସେନା ଅଧିକାରୀଜଣକ ସୁବେଦାର ରାଜ କୁମାର ବୋଲି ଚିହ୍ନଟ କରା ଯାଇଛି। ସେ ୨୪ ପଞ୍ଜାବ ରେଜିମେଣ୍ଟ୍ର ଜଣେ ଜୁନିୟର୍ କମିସନ୍ଡ୍ ଅଫିସର ଭାବେ କାର୍ଯ୍ୟ କରୁଥିଲେ।
ରାତି ପାଟ୍ରୋଲ୍ରୁ ଫେରୁଥିବାବେଳେ ଆର୍ମି ଟିମ୍ ଉପରକୁ ଗୁଳି ଚାଳନା କରାଯାଇଥିବା କଥା ସେନା ବିବୃତିରୁ ଜଣା ପଡ଼ିଛି।
Follow Us