ଚୀନ୍‌ ସେନା ଉପରେ ନଜର ରଖିବା ପାଇଁ ନୂଆ ଇଜ୍ରାଏଲୀୟ ‘ହେରନ୍‌ ଡ୍ରୋନ୍‌’ ଗ୍ରହଣ କଲା ଭାରତୀୟ ସେନା

ଚକ୍‌ମା ଦେଉଛି ଡ୍ରୋନ୍‌

Image Courtesy of Oneindia

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁଁ କିଛି ମାସ ବିଳମ୍ବ ପରେ ଭାରତୀୟ ସେନା ଇଜ୍ରାଏଲ୍‌ ଯୋଗାଇ ଦେଇଥିବା ଅତ୍ୟାଧୁନିକ ‌‘ହେରନ୍‌ ଡ୍ରୋନ୍‌’ (ବଗ‌ ଡ୍ରୋନ୍‌) ଗ୍ରହଣ କରିଛି। ଲଦାଖ ସେକ୍ଟର୍‌ରେ ଚୀନ୍‌ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବା ପାଇଁ ଜରୁରୀକାଳୀନ ଖରିଦ ବ୍ୟବସ୍ଥା ଆଧାରରେ ଉକ୍ତ ଡ୍ରୋନ୍‌ଗୁଡ଼ିକୁ କିଣାଯାଇଥିଲା।

ଗଣମାଧ୍ୟମକୁ ଶୀର୍ଷସ୍ତରୀୟ ସରକାରୀ ଅଧିକାରୀ ସୂତ୍ର କହିଛନ୍ତି, ପୂର୍ବ ଲଦାଖ ସେକ୍ଟର୍‌ରେ ‘ସର୍ଭିଲେନ୍‌ସି’ ଅଭିଯାନ ନିମନ୍ତେ ଦେଶରେ ପହଞ୍ଚିଥିବା ଅତ୍ୟାଧୁନିକ ‘ହେରନ୍‌‌ ଡ୍ରୋନ୍‌’ଗୁଡ଼ିକୁ ମୁତୟନ କରାଯାଉଛି।

ସମ୍ପ୍ରତି ଉପରୋକ୍ତ ଡ୍ରୋନ୍‌ ସବୁ କାର୍ଯ୍ୟକ୍ଷମ ହେଲେଣି। ସେନାବାହିନୀରେ ଥିବା ‘ହେରନ୍‌ ଡ୍ରୋନ୍‌’ ଠାରୁ ଏହା ଯଥେଷ୍ଟ ଅଧିକ ଉନ୍ନତ। ଏହାର ‘ଆଣ୍ଟି-ଜାମିଙ୍ଗ୍‌’ ସାମର୍ଥ୍ୟ ମଧ୍ୟ ‘ହେରନ୍‌ ଡ୍ରୋନ୍‌’ ଠାରୁ ଅଧିକ ଉନ୍ନତ ବୋଲି ସେମାନେ କହିଛନ୍ତି।

publive-image Image Courtesy of Free Press Journal

ପ୍ରତିରକ୍ଷା ବଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ଦେଇଥିବା ଜରୁରୀକାଳୀନ ଅର୍ଥନୈତିକ କ୍ଷମତାଦ୍ବାରା ଉପରୋକ୍ତ ଡ୍ରୋନ୍‌ଗୁଡ଼ିକୁ ଖରିଦ କରାଯାଇଛି। ଚୀନ୍‌ ସହ ଚାଲିଥିବା ସୀମା ବିବାଦ ବାତାବାରଣରେ ଯୁଦ୍ଧ ଲଢ଼ିବା ସାମର୍ଥ୍ୟ ଉନ୍ନତ କରିବା ଲାଗି ଜରୁରୀକାଳୀନ ଅର୍ଥନୈତିକ କ୍ଷମତା ବଳରେ ପ୍ରତିରକ୍ଷା ବଳ ୫୦୦ କୋଟି ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର ଓ ଉପରକରଣ ଖରିଦ କରିପାରିବ ବୋଲି ସେମାନେ କହିଛନ୍ତି।

ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ୟ ଛୋଟ ଏବଂ କ୍ଷୁଦ୍ର ଡ୍ରୋନ୍‌ଗୁଡ଼ିକୁ ଭାରତୀୟ କମ୍ପାନିମାନଙ୍କରୁ ଖରିଦ କରାଯାଉଛି।

ଏହି ବ୍ୟବସ୍ଥା ଯୋଗେ, ଭାରତୀୟ ନୌସେନା ମଧ୍ୟ ଆମେରିକୀୟ କମ୍ପାନି ‘ଜେନେରାଲ୍‌ଆଟୋମିକ୍ସ୍‌’ଠାରୁ ଦୁଇଟି ‘ପ୍ରିଡାଟର୍‌ ଡ୍ରୋନ୍‌’ ଲିଜ୍‌ ଆଣିଛି। ଏହାଛଡ଼ା, ଉପରୋକ୍ତ ବ୍ୟବସ୍ଥାରେ ଭାରତୀୟ ବାୟୁସେନା ମଧ୍ୟ ବହୁସଂଖ୍ୟକ ‘ଆଣ୍ଟି-ଟ୍ୟାଙ୍କ୍‌ ଗାଇଡେଡ୍‌ ମିସାଇଲ୍‌’, ‘ଲଙ୍ଗ୍‌-ରେଞ୍ଜ୍‌ ପ୍ରିସିସିୟନ୍‌-ଗାଇଡେଡ୍‌ ଆର୍ଟିଲାରି ସେଲ୍‌’ ଏବଂ ଭୂପୃଷ୍ଠରୁ ଆକାଶକୁ ଉତ୍‌କ୍ଷେପଣ କରାଯାଉଥିବା ‘ହାମର୍‌’ ‌ମିସାଇଲ୍‌ ଖରିଦ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe