କଶ୍ମୀରରେ ଅନୁପ୍ରବେଶ କରିବାକୁ ସୀମାସେପାରି ଲଞ୍ଚ୍‌ପ୍ୟାଡ୍‌ମାନଙ୍କରେ ଅପେକ୍ଷା କରିଛନ୍ତି ୩୦୦ ଆତଙ୍କବାଦୀ

Advertisment
କଶ୍ମୀରରେ ଅନୁପ୍ରବେଶ କରିବାକୁ ସୀମାସେପାରି ଲଞ୍ଚ୍‌ପ୍ୟାଡ୍‌ମାନଙ୍କରେ ଅପେକ୍ଷା କରିଛନ୍ତି ୩୦୦ ଆତଙ୍କବାଦୀ

Image Courtesy of India Today

ନୂଆଦିଲ୍ଲୀ: ଦେଶ ମଧ୍ୟକୁ ଅନୁପ୍ରବେଶ କରିବାକୁ ସୀମାଆରପାରି ଲଞ୍ଚ୍‌ପ୍ୟାଡ୍‌ମାନଙ୍କରେ ପ୍ରାୟ ୨୫୦ରୁ ୩୦୦ ଆତଙ୍କବାଦୀ ଅପେକ୍ଷା କରି ରହିଥିବା କଥା ସେନାବାହିନୀ କହିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଭାଷଣ ଦେଇ ବାରମୂଳାସ୍ଥିତ ଜିଓସି ୧୯ ଇନ୍‌ଫାଣ୍ଟ୍ରି ଡିଭିଜନ୍‌ର ମେଜର ଜେନେରାଲ୍ ବୀରେନ୍ଦ୍ର ୱତ୍‌ସ୍ କହିଲେ, ଆସୁଥିବା ସୂଚନା ହିସାବରେ ସୀମା ଆରପାରିରେ ଥିବା ଲଞ୍ଚ୍‌ପ୍ୟାଡ୍‌ ସବୁ ୨୫୦ ରୁ ୩୦୦ ଆତଙ୍କବାଦୀଙ୍କ ଦ୍ବାରା ପୂର୍ଣ୍ଣ ହୋଇ ରହିଛି। ନିୟନ୍ତ୍ରଣ ରେଖା ଅଞ୍ଚଳ‌ରେ ଅନୁପ୍ରବେଶର ସାମ୍ପ୍ରତିକ ସ୍ଥିତି ସଂକ୍ରାନ୍ତରେ ତାଙ୍କୁ ପଚାରା ଯାଇଥିଲା।

publive-image Image Courtesy of News Nation

ସେ ଆହୁରି କହିଲେ ଯେ, ଆଜି ଆମ ଯବାନମାନେ ନୌଗାମ୍‌ ସେକ୍ଟର୍‌ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନୀ ପୋଷ୍ଟ୍‌ ପଟୁ ସନ୍ଦେହଜନକ ଯାତାୟାତ ଦେଖିଛନ୍ତି। ଅନୁ‌ପ୍ରବେଶ-ନିରୋଧି ବାଡ଼ କାଟି ଅନୁପ୍ରବେଶ କରିବାକୁ ଉଦ୍ୟମରତ ଦୁଇଜଣ ଆତଙ୍କବାଦୀଙ୍କୁ ନିପାତ କରି ଏହାର ଉପଯୁକ୍ତ ଜବାବ ଦିଆଯାଇଛି।

ଘଟଣାସ୍ଥଳରୁ ସେନା ଦୁଇଟି ଏ. କେ. ଆସଲ୍ଟ୍‌ ରାଇଫଲ୍ ବୋଝେଇ ହୋଇଥିବା ୧୨ଟି ମାଗାଜିନ୍, ଗୋଟିଏ ପିସ୍ତଲ, ମାଗାଜିନ୍ ଓ କେତେକ ଗ୍ରେନେଡ୍ ଉଦ୍ଧାର କରିଛି। ଆମେ ମଧ୍ୟ ସେଠାରୁ ୧. ୫ ଲକ୍ଷ ଟଙ୍କାର ଭାରତୀୟ ଏବଂ ପାକିସ୍ତାନୀ ମୁଦ୍ରା ଉଦ୍ଧାର କରିଛୁ। ଏବେ ମଧ୍ୟ ସେ ଅଞ୍ଚଳରେ ତଲାସ ଅଭିଯାନ ଚାଲୁ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe