ପାକ୍ ସାମରିକ ପୋଷ୍ଟ ଧ୍ୱଂସର ପ୍ରଥମ ଦୃଶ୍ୟ ସେୟାର କଲା ସେନା: ଜମ୍ମୁ-କାଶ୍ମୀର ଓ ପଞ୍ଜାବରେ ୫୦ରୁ ଅଧିକ ପାକ୍‌ ସ୍ୱାର୍ମ ଡ୍ରୋନ୍ ଧ୍ବଂସ

Advertisment

ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ଭାରତୀୟ ଆକ୍ରମଣରେ ପାକିସ୍ତାନର ଏକ ସାମରିକ ପୋଷ୍ଟ ଧ୍ୱଂସ ହେବାର ପ୍ରଥମ ଦୃଶ୍ୟ ଭାରତୀୟ ସେନା ଶୁକ୍ରବାର ସେୟାର କରିଛି। ଜମ୍ମୁ-କାଶ୍ମୀରର ପଶ୍ଚିମ ସୀମାରେ ପାକିସ୍ତାନୀ ସୈନ୍ୟଙ୍କ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରାଯାଇଛି ବୋଲି ସେନା କହିଛି।

ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ଭାରତୀୟ ଆକ୍ରମଣରେ ପାକିସ୍ତାନର ଏକ ସାମରିକ ପୋଷ୍ଟ ଧ୍ୱଂସ ହେବାର ପ୍ରଥମ ଦୃଶ୍ୟ ଭାରତୀୟ ସେନା ଶୁକ୍ରବାର ସେୟାର କରିଛି। ଜମ୍ମୁ-କାଶ୍ମୀରର ପଶ୍ଚିମ ସୀମାରେ ପାକିସ୍ତାନୀ ସୈନ୍ୟଙ୍କ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରାଯାଇଛି ବୋଲି ସେନା କହିଛି।

fsfsxcxc

ନୂଆଦିଲ୍ଲୀ: ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ଭାରତୀୟ ଆକ୍ରମଣରେ ପାକିସ୍ତାନର ଏକ ସାମରିକ ପୋଷ୍ଟ ଧ୍ୱଂସ ହେବାର ପ୍ରଥମ ଦୃଶ୍ୟ ଭାରତୀୟ ସେନା ଶୁକ୍ରବାର ସେୟାର କରିଛି। ଜମ୍ମୁ-କାଶ୍ମୀରର ପଶ୍ଚିମ ସୀମାରେ ପାକିସ୍ତାନୀ ସୈନ୍ୟଙ୍କ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରାଯାଇଛି ବୋଲି ସେନା କହିଛି। ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ସଶସ୍ତ୍ର ବାହିନୀର ଅସ୍ତ୍ରବିରତି ଉଲ୍ଲଂଘନକୁ କଡ଼ା ଜବାବ ଦିଆଯାଇଛି। ଜମ୍ମୁ-କାଶ୍ମୀରର ଉଧମପୁର, ସାମ୍ବା, ଜମ୍ମୁ, ଅଖନୁର, ନାଗରୋଟା ଏବଂ ପଞ୍ଜାବର ପଠାନକୋଟ ଅଞ୍ଚଳରେ ଏୟାର ଡିଫେନ୍ସ ୟୁନିଟ୍ ଦ୍ୱାରା ଭାରତୀୟ ସେନା ପାକିସ୍ତାନ ଦ୍ୱାରା ପ୍ରକ୍ଷେପିତ ୫୦ରୁ ଅଧିକ ସ୍ୱାର୍ମ ଡ୍ରୋନ୍‌କୁ ନିଷ୍କ୍ରିୟ କରିଛି।

ଜମ୍ମୁ-କାଶ୍ମୀର ଓ ପଞ୍ଜାବରେ ୫୦ରୁ ଅଧିକ ପାକ୍‌ ସ୍ୱାର୍ମ ଡ୍ରୋନ୍ ଧ୍ବଂସ
ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେବାକୁ ଚେତାବନୀ ଦେଲେ ରାଜନାଥ
ଲାହୋରରେ କାମିକାଜେ ଡ୍ରୋନ୍‌ର ସଫଳ ଆକ୍ରମଣ

ଜମ୍ମୁର ନାଗରୋଟା ସେକ୍ଟରରେ ଏୟାର୍ ଡିଫେନ୍ସ ସିଷ୍ଟମ୍ ଦ୍ୱାରା ଡ୍ରୋନ୍ ନଷ୍ଟ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ଏଥିରେ ଏଲ୍-୭୦ ବନ୍ଧୁକ, ଜୁ-୨୩ ଏମ୍‌ଏମ୍‌, ଶିଲକା ସିଷ୍ଟମ ଓ ଅନ୍ୟାନ୍ୟ ଅତ୍ୟାଧୁନିକ କାଉଣ୍ଟର-ୟୁଏଏସ୍‌ ଉପକରଣ ବ୍ୟବହାର କରାଯାଇଥିଲା, ଯାହା ଆକାଶମାର୍ଗରୁ ବିପଦର ମୁକାବିଲା ପାଇଁ ସେନାର ଦୃଢ଼ ସାମର୍ଥ୍ୟକୁ ପ୍ରଦର୍ଶନ କରିଥିଲା। ଜମ୍ମୁ, ପଠାନକୋଟ, ଉଧମପୁର ଓ ଅନ୍ୟ କେତେକ ସ୍ଥାନରେ ଥିବା ସାମରିକ ଷ୍ଟେସନଗୁଡ଼ିକୁ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଦ୍ବାରା ଆକ୍ରମଣ କରିବାକୁ ପାକିସ୍ତାନୀ ସେନାର ଉଦ୍ୟମକୁ ଗୁରୁବାର ରାତିରେ ବିଫଳ କରିଛି ଭାରତ।   ଗୁରୁବାର ରାତିରେ ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରତାଲା, ଜଳନ୍ଧର, ଲୁଧିଆନା, ଆଦମପୁର, ଭଟିଣ୍ଡା, ଚଣ୍ଡିଗଡ଼, ନାଲ, ଫାଲୋଡି, ଉତ୍ତରଲାଇ ଓ ଭୁଜକୁ ଟାର୍ଗେଟ କରିବାକୁ ପାକିସ୍ତାନୀ ସେନା ଉଦ୍ୟମ କରିଥିଲା। ଏହାର ଜବାବରେ ଭାରତ ଶୁକ୍ରବାର ଲାହୋରରେ କାମିକାଜେ ଡ୍ରୋନ୍ ଲଞ୍ଚ କରିବା ସହ ପାକିସ୍ତାନର ଏକ ଏୟାର୍ ଡିଫେନ୍ସ ସିଷ୍ଟମ୍‌କୁ ଧ୍ୱଂସ କରିଛି।  ଏହି ଆକ୍ରମଣ ପରେ  ଲାହୋରରେ ଆତଙ୍କର ବାତାବରଣ ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe