୩୦୦ ଫୁଟ ଖାଇକୁ ଖସିଲା ସେନା ଟ୍ରକ୍‌: ୫ ଯବାନ ମୃତ, ୧୨ ଆହତ

Advertisment

ଜମ୍ମୁ-କଶ୍ମୀରରେ ଭାରତୀୟ ସେନାର ଏକ ଟ୍ରକ୍ ଆଜି ପୁଞ୍ଚରେ  ୩୦୦ ଫୁଟ ଗଭୀର ଖାଇକୁ ଖସି ପଡ଼ିଥିବାରୁ  ୫ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ଏବଂ ୧୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।

ଜମ୍ମୁ-କଶ୍ମୀରରେ ଭାରତୀୟ ସେନାର ଏକ ଟ୍ରକ୍ ଆଜି ପୁଞ୍ଚରେ  ୩୦୦ ଫୁଟ ଗଭୀର ଖାଇକୁ ଖସି ପଡ଼ିଥିବାରୁ  ୫ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ଏବଂ ୧୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।

sffsfsfs

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଭାରତୀୟ ସେନାର ଏକ ଟ୍ରକ୍ ଆଜି ପୁଞ୍ଚରେ  ୩୦୦ ଫୁଟ ଗଭୀର ଖାଇକୁ ଖସି ପଡ଼ିଥିବାରୁ  ୫ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ଏବଂ ୧୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନୀଲମ୍‌ ମୁଖ୍ୟାଳୟରୁ ବାଲନୋଇ ପୋଷ୍ଟ ଅଭିମୁଖେ ଯାଉଥିବା ଏହି ସେନା ଟ୍ରକ୍‌ ଘୋରାରେ ପହଞ୍ଚିବା ପରେ ଦୁର୍ଘଟଣାର ଶିକାର ହୋଇଥିଲା।  ଟ୍ରକ୍‌ଟି ଗଭୀର ଖାଇକୁ ଖସିପଡ଼ିବା ଖବର ପାଇବା ମାତ୍ରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଟିମ୍‌ (କ୍ୟୁଆର୍‌ଟି) ଘଟଣାସ୍ଥଳରେ ପହଞ୍ଚିଥିଲା।  ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ରୁ ୫ ଜଣ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି ଏବଂ ୧୨ ଆହତ ଯବାନଙ୍କୁ ଜରୁରୀ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଯାଇଛି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନେ ସମସ୍ତେ ୧୧ ମରାଠା ରେଜିମେଣ୍ଟର ସଦସ୍ୟ ଏବଂ ନିୟନ୍ତ୍ରଣ ରେଖା (ଏଲଓସି) ଆଡ଼କୁ ଯାଉଥିଲେ। ଟ୍ରକ୍‌ରେ ମୋଟ ୧୮ ଜଣ ଯବାନ ଥିବା ବେଳେ ଜଣେ ଯବାନ ସୁରକ୍ଷିତ ଅଛନ୍ତି।

ଭାରତୀୟ ସେନାର ହ୍ବାଇଟ ନାଇଟ୍‌ କର୍ପ‌୍ସ ଏକ ସୋସିଆଲ ମିଡିଆ ପୋଷ୍ଟ୍‌ରେ କହିଛି-‘ପୁଞ୍ଚ ସେକ୍ଟରରେ ସ୍ବତନ୍ତ୍ର ଅପରେସନ ଡ୍ୟୁଟିରେ ଯାଉଥିବା ଏକ ଟ୍ରକ୍‌ ଦୁର୍ଘଟଣାର ଶିକାର ହୋଇଛି ଏବଂ ୫ ଜଣ ବୀର ଯବାନଙ୍କ ଦୁଃଖଦ ମୃତ୍ୟୁରେ ଆମେ ଗଭୀର ସମବେଦନା ବ୍ୟକ୍ତ କରୁଛୁ।’ ସୂଚନାଯୋଗ୍ୟ, ଗତ ମାସରେ ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାରେ ଏଭଳି ଏକ ଦୁର୍ଘଟଣାରେ ସେନାର ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe